ମଇ ୮ରେ ରାଷ୍ଟ୍ରପତିଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ

ବାରିପଦା : ଆସନ୍ତା ମଇମାସ ୮ ତାରିଖ ଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତି ହେବା ପରେ ଜନ୍ମମାଟି ରାଇରଙ୍ଗପୁରକୁ ପ୍ରଥମ ଥର ପାଇଁ ସେ ଆସୁଛନ୍ତି। ଦ୍ରୌପଦୀ ମୁର୍ମୁ ଆସୁଥିବା ଖବର ଜାଣିବା ପରେ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରବାସୀଙ୍କ ମନରେ ଖୁସିର ଲହରି ଖେଳିଯାଇଛି। ତାଙ୍କୁ ସ୍ଵାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯିବ ବୋଲି ସୂଚନା ମିଳିଛି।

ଖବର ଅନୁଯାୟୀ ରାଷ୍ଟ୍ରପତି ମଇ ୮ ତାରିଖ ତାଙ୍କ ଶ୍ଵଶୁର ଘର ଗ୍ରାମ ପାହାଡ଼ପୁରସ୍ଥିତ ବାସଭବନ ଯିବେ। ସେଠାରେ ତାଙ୍କ ସ୍ୱାମୀ ଓ ପୁତ୍ରଙ୍କ ସ୍ମୃତିରେ ନିର୍ମାଣ ହୋଇଥିବା ଏସଏଲଏସ ଆବାସିକ ବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହା ପରେ ରାଇରଙ୍ଗପୁର ମହୁଲଡିହାସ୍ଥିତ ପୂର୍ତ୍ତ ବିଭାଗର ଡାକ ବଙ୍ଗଳାରେ ରାତ୍ରଭୋଜନ ସହିତ ରହଣି କାର୍ଯ୍ୟକ୍ରମ ରହିଛି। ମଇ ୯ ତାରିଖରେ ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସମବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଯୋଗଦେବେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button