Tue. Aug 20th, 2019

କଳାଜିରା ଶରୀରର ବହୁ ସମସ୍ୟାକୁ ଭଲ କରିଦିଏ

ସ୍ୱାସ୍ଥ୍ୟ ହିଁ ସମ୍ପଦ। ଏ କଥାକୁ କେବେହେଲେ ଅସ୍ଵୀକାର କରାଯାଇ ପାରିବ ନାହିଁ। ତେଣୁ ସବୁ ବର୍ଗର ଲୋକ ସୁସ୍ଥ ଏବଂ ଫିଟ୍‌ ରହିବାକୁ ଚେଷ୍ଟା କରୁଛନ୍ତି। ବ୍ୟସ୍ତ ଜୀବନଶୈଳୀରୁ ଟାଇମ୍‌ ବାହାର କରି କେତେକ କରୁଛନ୍ତି ଯୋଗ, ବ୍ୟାୟାମ, ଏକ୍ସରସାଇଜ ଓ ମର୍ଣ୍ଣି ୱାକ୍‌। ଆଉ କିଛି ଜିମ୍‌ ଯିବାକୁ କରୁଛନ୍ତି ପସନ୍ଦ। କିନ୍ତୁ ଜାଣିଛନ୍ତି କଳାଜିରାରେ ବି ଅନେକ ସମସ୍ୟା ଦୂର ହୋଇଥାଏ। ଏହାର ଫାଇଦା ବିଷୟରେ ଜାଣନ୍ତୁ।

ମୁଣ୍ଡ ଓ ଦାନ୍ତ ବିନ୍ଧାରୁ ଉପସମ ଦିଏ: ଦିନସାରା କାମ କରି ଥକି ଯିବାରୁ ଯଦି ମୁଣ୍ଡ ବିନ୍ଧା ହେଉଛି। ତାହାଲେ ଆପଣ କଳା ଜିରାର ତେଲ ମୁଣ୍ଡରେ ଲଗାନ୍ତୁ। ଏହା ଆପଣଙ୍କୁ ମୁଣ୍ଡ ବିନ୍ଧାରୁ ଆରାମ ଦେବ। ସେହିପରି ଦାନ୍ତ ବିନ୍ଧା ହେଉଥିଲେ କଳା ଜିରା ବ୍ୟବହାର କରି ମୁକ୍ତି ପାଇ ପାରିବେ। ଆପଣ ଗରମ ପାଣିରେ କଳା ଜିରା ତେଲର କିଛି ବୁନ୍ଦା ପକାଇ ସେହି ପାଣିକୁ କୁଳି କରନ୍ତୁ। ଏହା ଦାନ୍ତ ସମସ୍ୟାରୁ ଆରାମ ଦେବ।

ପେଟ ପାଇଁ କଳାଜିରା: କଳା ଜିରା ଆମର ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ। ଡାଇରିଆ, ଏସିଡିଟି, ପେଟ ଦରଜ, ପେଟ କାଟିବା ଇତ୍ୟାଦି ସମସ୍ୟା ହେଲେ କଳା ଜିରା ଖାଆନ୍ତୁ। ତେବେ କବଜ ଭଳି ସମସ୍ୟା ଥିଲେ କଳାଜିରା ଆପଣଙ୍କୁ ଏଥିରୁ ଆରାମ ଦେବ।

ସଂକ୍ରମଣ ରୋକେ : ଯଦି ଦେହର କୌଣସି ସ୍ଥାନରେ ଘା କିମ୍ବା ଖଣ୍ଡିଆ ହୋଇଛି ତାହାଲେ ଆପଣ କଳା ଜିରାର ପାଉଡର୍‌ର ଲେପ ଳଗାନ୍ତୁ। ଏହା ଶରୀରରେ ସଂକ୍ରମଣ ହେବାକୁ ଦେବନାହିଁ। ଖଣ୍ଡିଆକୁ ଶୀଘ୍ର ଭଲ କରିବାରେ ସାହାଯ୍ୟ କରିବ। ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଯୋଗୁ ସଂକ୍ରମଣ ହେବାକୁ ଦିଏ ନାହିଁ।

ଓଜନ କମାଏ: ରୋଷେଇରେ କଳା ଜିରା ବ୍ୟବହାର କରନ୍ତୁ। ଏହା କେବଳ ଆପଣଙ୍କ ଓଜନ କମାଇବାରେ ସାହାଯ୍ୟ କରିବା ନାହିଁ, ଖାଦ୍ୟକୁ ହଜମ କରାଇବ।

Leave a Reply

Your email address will not be published. Required fields are marked *