Tue. Aug 20th, 2019

ବକ୍ସ ଅଫିସରେ ଧମାଲ କଲା ଜବରିୟା ଯୋଡି

ନୂଆଦିଲ୍ଲୀ : ପରିଣିତି ଚୋପ୍ରା ଏବଂ ସିର୍ଦ୍ଧାର୍ଥ ମାଲହୋତ୍ରାଙ୍କ ରୋମାଞ୍ଚକ ଫିଲ୍ମ ଜବରିୟା ଯୋଡି ଗତକାଲି ରିଲିଜ ହୋଇଛି। ଏଥିରେ ଜବରଦସ୍ତ କମେଡି ସହିତ ସାମାଜିକ ପ୍ରସଙ୍ଗର ଚିତ୍ର ଦର୍ଶକଙ୍କୁ ପସନ୍ଦ ଆସିଥିବା ବେଳେ ପ୍ରଥମ ଦିନରେ ଫିଲ୍ ବକ୍ସ ଅଫିସରେ ୩.୧୫ ଲକ୍ଷ ଟଙ୍କା ବ୍ୟବସାୟ କରିଛି। 

ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ଟ୍ୱିଟରେ ଲେଖିଛନ୍ତି ଜବରିୟା ଯୋଡିର ପ୍ରଥମ ସପ୍ତାହ ସିନେମା ହଲରେ ରହିବା ପାଇଁ ଭଲ ବ୍ୟବସାୟ କରିବାକୁ ପଡିବ। ଏହାର ବଜେଟ ତୁଳନାରେ ଓପୋନିଙ୍ଗ ଭଲ ରହିଛି। ଜି ମ୍ୟୁଜିକର ବ୍ୟାନରରେ ଫିଲ୍ମ ମ୍ୟୁଜିକ ଲଞ୍ଚ କରାଯାଆଇଥିବା ବେଳେ ଏଥିରେ ଆଇଟମ ଗୀତ ରହିଛି ୬ଟି ଗୀତ। ପ୍ରଶାନ୍ତ ସିଂହଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ପ୍ରଡ୍ୟୁସର ଏକତା କପୁର। ମୁଖ୍ୟ ଭୂମିକାରେ ଅଛନ୍ତି ସଞ୍ଜୟ ମିଶ୍ର ଓ ଜାବେଦ ଜାଫରୀ।

Leave a Reply

Your email address will not be published. Required fields are marked *