ସରକାରୀ ବଙ୍ଗଳା ଛାଡିଲେ ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଦିଲ୍ଲୀର ୧୨, ତୁଗଲକ୍ ଲେନ୍ ସରକାରୀ ବଙ୍ଗଳା ଛାଡିଛନ୍ତି। ବଙ୍ଗଳାରେ ଥିବା ଆସବାବପତ୍ର ଓ ଅନ୍ୟ ସାମଗ୍ରୀକୁ ଖାଲିକରି ମା’ ସୋନିଆ ଗାନ୍ଧିଙ୍କ ୧୦ ଜନପଥ ବାସଭବନକୁ ଚାଲିଯାଇଛନ୍ତି।

ବଙ୍ଗଳା ଖାଲି କରିବା ସମୟରେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଉପସ୍ଥିତ ଥିଲେ। ଏହି ଅବସରରେ ରାହୁଲ କହିଛନ୍ତି ମୁଁ ସତ କହିବାର ମୂଲ୍ୟ ଦେଇଛି। ଆଗକୁ ସତ କହି ଆହୁରି ଅଧିକ ମୂଲ୍ୟ ଦେବାକୁ ପ୍ରସ୍ତୁତ। ରାହୁଲ ଚାବି ହସ୍ତାନ୍ତର କରିବା ବେଳେ ବଙ୍ଗଳା କର୍ମଚାରୀଙ୍କ ସହ ହାତ ମିଳାଇଥିଲେ। ଆଉ କହିଥିଲେ ମୁଁ ଆଉ ଏହି ଘରେ ରହିବାକୁ ଚାହେଁ ନାହିଁ। କାରଣ ଭାରତର ଲୋକମାନେ ମୋତେ ଏହି ଘର ଦେଇଥିଲେ। ବର୍ତ୍ତମାନ ମୁଁ ୧୦ ଜନପଥରେ ରହିବି। ଦରବୃଦ୍ଧି ଓ ବେକାରୀ ପ୍ରସଙ୍ଗ ଉଠାଇବି।

ରାହୁଲ ଗାନ୍ଧୀ ବଙ୍ଗଳା ଖାଲି କରିବାର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳିଛି ସେ କୋଠରୀରୁ କୋଠରୀକୁ ଯାଇ ଲାଇଟ୍ ସୁଇଚ୍ ଅଫ୍ କରୁଛନ୍ତି ଓ ତାଲା ପକାଇ ଏହାର ଚାବି ହସ୍ତାନ୍ତର କରୁଛନ୍ତି। ଏହି ସମୟରେ ଭଉଣୀ ପ୍ରିୟଙ୍କାଙ୍କ ଆଖିରେ ଲୁହ ଆସିଯିବାରୁ ଲୁହ ପୋଛି ଭାଇଙ୍କ ସହ ବଙ୍ଗଳା ବାହାରକୁ ଚାଲିଆସିଥିଲେ। ଭିଡିଓରେ ରାହୁଳ କହିଛନ୍ତି ଏହି ଘର ମୋତେ ଭାରତର ଜନତା ୧୯ ବର୍ଷ ଧରି ଦେଇଥିଲେ। ସେଥିପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଆଜିକାଲି ସତ୍ୟ କହିବାର ଏକ ମୂଲ୍ୟ ଅଛି। ମୂଲ୍ୟ ଯାହା ବି ହେଉ ମୁଁ ଦେବି। ସେହିପରି ପ୍ରିୟଙ୍କା କହିଛନ୍ତି ମୋ ଭାଇ ଯାହା କହିଛନ୍ତି ତାହା ଠିକ୍। ସରକାରଙ୍କ ବିରୋଧରେ କହିଥିବାରୁ ତାଙ୍କୁ ଦଣ୍ଡ ଦିଆଯାଇଛି। କିନ୍ତୁ ସଂଗ୍ରାମ ଜାରି ରହିବ।

Leave a Reply

Your email address will not be published. Required fields are marked *

Back to top button