ଦୁଷ୍କର୍ମ ପୀଡ଼ିତାଙ୍କ ମୃତଦେହକୁ ରାସ୍ତାରେ ଘୋଷାଡ଼ିଲା ପଶ୍ଚିମବଙ୍ଗ ପୋଲିସ

କୋଲକାତା : ଉତ୍ତର ଦିନାଜପୁରରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ମୃତଦେହକୁ ପୋଲିସ ରାସ୍ତାରେ ଘୋଷାଡ଼ି ନେବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ସମଗ୍ର ଦେଶରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ଅଂଚଳରେ ହିଂସା ଦେଖାଦେଇଛି।

ଖବର ଅନୁଯାୟୀ ଗୁରୁବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲା ଗଙ୍ଗୁଆ ଗାଁର ନାବାଳିକା ଟ୍ୟୁସନ୍ ଯାଇ ନିଖୋଜ ହୋଇଯାଇଥିଲେ। ପରିବାର ଓ ଗ୍ରାମବାସୀ ବହୁ ଖୋଜାବା ପରେ ମଧ୍ୟ ଠାବ ହୋଇପାରିନଥିଲା। ଶୁକ୍ରବାର ସ୍ଥାନୀୟ ଲୋକେ ପୀଡ଼ିତାଙ୍କ ମୃତଦେହ ଉଦ୍ଧାର କରିଥିଲେ। କିନ୍ତୁ ପରିବାର ଲୋକେ ଅଭିଯୋଗ କରିଛନ୍ତି ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଦୋଷୀଙ୍କୁ ଗିରଫ ଦାବିରେ ଲୋକେ ରାସ୍ତାକୁ ଓହ୍ଲାଇବାରୁ ପୋଲିସ ପହଞ୍ଚି ଗ୍ରାମବାସୀ ଉପରେ ରାଗିଥିଲେ। ଆଉ ମୃତଦେହକୁ ଜବତ କରି ରାସ୍ତାରେ ଟାଣି ଟାଣି ନେଇଥିଲେ। ଏପରି ଅମାନବୀୟ କାର୍ଯ୍ୟ ଦେଖି ଗ୍ରାମବାସୀ ଉତ୍ତ୍ୟକ୍ତ ହେବାରୁ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ପଥର ମାଡ଼ ଓ ଲୁହବୁହା ଗ୍ୟାସର ପ୍ରୟୋଗ ମଧ୍ୟ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button