Tue. Aug 20th, 2019

ମାଧୁରୀଙ୍କ ସହ ଡ୍ୟାନ୍ସ କରି ୨୫ ବର୍ଷ ତଳର ସ୍ମୃତି ତାଜା କଲେ ଭାଇଜାନ୍

ମୁମ୍ବାଇ : ବଲିଉଡର ଭାଇଜାନ୍ ଏବେ ନିଜ ଆଗାମୀ ଫିଲ୍ମ ‘ଦବଙ୍ଗ ୩’ର ସୁଟିଂ ପାଇଁ ବହୁତ ବ୍ୟସ୍ତ ଅଛନ୍ତି । ଏହା ମଧ୍ୟରେ ତାଙ୍କ ଫିଲ୍ମ ‘ହମ୍ ଆପକେ ହେ କୌନ୍’କୁ ୨୫ ବର୍ଷ ପୁରା ହେବା ଅବସରରେ ଫିଲ୍ମର ନିର୍ମାତା ଶୁକ୍ରବାର ମୁମ୍ବାଇ ସ୍ଥିତି ଲିବର୍ଟି ସିନେମାରେ ଫିଲ୍ମର ଏକ ସ୍ପେଶାଲ ସ୍କ୍ରିନିଂ ରଖିଥିଲେ । ଏଠାରେ ସଲମାନ୍ ଖାନ୍, ମାଧୁରୀ ଦିକ୍ଷୀତ, ମୋହନିଶ ବହଲ, ନିର୍ଦ୍ଦେଶକ ସୁରଜ ବଡଜାତ୍ୟା, ସତୀଶ ଶାହ ଓ ଆଶୁତୋଷ ରାଣା ଆଦି ଉପସ୍ଥିତ ଥିଲେ ।

୧୯୯୪ରେ ରିଲିଜ ହୋଇଥିବା ଫିଲ୍ମ ‘ହମ୍ ଆପକେ ହେ କୌନ୍’ରେ ସଲମାନ୍ ଖାନ୍ ଓ ମାଧୁରୀ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ସୋମବାରକୁ ଏହି ଫିଲ୍ମ ୨୫ ବର୍ଷ ପୂରା ହୋଇଗଲା । ଏହି ଫିଲ୍ମ ୫ ଅଗଷ୍ଟରେ ସିନେମାଘରେ ରିଲିଜ ହୋଇଥିଲା । ଏବଂ ସଫଳ ମଧ୍ୟ ହୋଇଥିଲା । ଏହା ମଧ୍ୟରେ ଏହାର ସ୍ପେଶାଲ ସ୍କ୍ରିନିଂର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ସଲମାନ୍ ଓ ମାଧୁରୀଙ୍କ ଏହି ଡ୍ୟାନ୍ସ ୨୫ ବର୍ଷ ପୂରୁଣା ସ୍ମୃତି ତାଜା କରିଦେଉଛି ।

Leave a Reply

Your email address will not be published. Required fields are marked *