ଭତ୍ତା ହିତାଧିକାରୀଙ୍କୁ କର୍ମଚାରୀ କରୁଛନ୍ତି ଦୁର୍ବ୍ୟବହାର

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପାଳିକାର ୧୬ଟି ୱାର୍ଡର ଅନେକ ହିତାଧିକାରୀଙ୍କୁ ଦୀର୍ଘମାସ ହେଲା ଭତ୍ତା ମିଳୁନି। ଏ ସମ୍ପର୍କରେ ପଚାରିବାକୁ ଯାଉଥିବା ହିତାଧିକାରୀଙ୍କୁ ଦାୟିତ୍ୱରେ ଥିବା କର୍ମଚାରୀ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହେଉଛି।

ଖବର ଅନୁଯାୟୀ ଆନନ୍ଦପୁର ପୌରପାଳିକାର ବୃଦ୍ଧ-ବୃଦ୍ଧା ହିତାଧିକାରୀଙ୍କର ଭତ୍ତା ଏକପ୍ରକାର ସାହାରା। ଏହା ଦୀର୍ଘଦିନ ନମିଳିବାରୁ ସେମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଭତ୍ତା ନମିଳିବାର କାରଣ କ’ଣ ସେମାନଙ୍କୁ ଜଣାନାହିଁ। ଏ ବିଷୟରେ ପଚାରିଲେ ଦାୟିତ୍ଵରେ ଥିବା କର୍ମଚାରୀ ସଠିକ୍ ଉତ୍ତର ନଦେଇ ଦୁର୍ବ୍ୟବହାର କରୁଥିବାରୁ ୫୦ରୁ ଉର୍ଦ୍ଧ୍ଵ ହିତାଧିକାରୀ ବୃଦ୍ଧବୃଦ୍ଧାମାନେ ଉପଜିଲ୍ଲାପାଳଙ୍କୁ ଭେଟି ହସ୍ତକ୍ଷେପ ପାଇଁ ଗୁହାରି କରିଛନ୍ତି।

ଘଟଣାର ଗୁରୁତ୍ଵକୁ ଅନୁଭବକରି ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ସମସ୍ୟା ବ୍ୟାଙ୍କରେ ନା ପୌର ପରିଷଦ କାର୍ଯ୍ୟାଳୟରେ ତାହାର ତଦନ୍ତ କରି ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାଛଡା ଦୁର୍ବ୍ୟବହାର କରୁଥିବା କର୍ମଚାରୀଙ୍କ ବିରୋଧରେ ଉଚିତ ପଦକ୍ଷେପ ନିଆଯିବ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button