ଦାନ୍ତ ହଳଦିଆପଡିଲେ କ’ଣ କରିବେ

ସୁନ୍ଦର ଚେହେରା ସମସ୍ତଙ୍କର ପସନ୍ଦ। ହେଲେ ଦାନ୍ତ ହଳଦିଆ ଦିଶିଲେ ସୌନ୍ଦର୍ଯ୍ୟ ନଷ୍ଟ ହୁଏ। ତେଣୁ ଦାନ୍ତ ପାଇଁ ଲୋକେ ଅନେକ ଖର୍ଚ୍ଚ କରନ୍ତି। ନିୟମିତ ସଫା ନକରିବାରୁ ଦାନ୍ତ ଏପରି ମଇଳା ହୋଇଥାଏ। ଏହାର ଅନ୍ୟ ଏକ କାରଣ ଚା, କଫି, ପାନ, ସିଗାରେଟ୍, ଗୁଟଖା ଓ ତମାଖୁ। ଏହି ସମସ୍ୟାର ସମାଧାନ ଲାଗି ପ୍ରଥମେ ଖରାପ ଅଭ୍ୟାସ ଛାଡିନ୍ତୁ। ଆଉ ରୋଷେଇ ଘରର କିଛି ଜିନିଷ ସାହାଯ୍ୟରେ ଦାନ୍ତର କରନ୍ତୁ ଚକାଚକ୍। ଆସନ୍ତୁ ସେ ସମ୍ପର୍କରେ ଜାଣିବା।

୧- ଦାନ୍ତ ହଳଦିଆ ହୋଇଥିଲେ ଏହାକୁ ଦୂର କରିବା ପାଇଁ ଆପଣ କଦଳୀ ଚୋପାକୁ ବ୍ୟବହାର କରିପାରିବେ। ଏହି ଚୋପା ସାହାଯ୍ୟରେ ଦାନ୍ତକୁ ହାଲକା ଭାବେ ହାତରେ ମସାଜ୍ କଲେ ଚମକ ଫେରିବ।

୨- ଆଉ ଏକ ଉପଚାର ହେଲା ପ୍ରଥମେ କମଳା ଚୋପା, ଟମାଟୋ ଓ ଲୁଣ ନିଅନ୍ତୁ। ଏହାକୁ ମିକ୍ସର୍ ଗ୍ରାଇଣ୍ଡରରେ ଗ୍ରାଇଣ୍ଡ୍ କରି ସେହି ପେଷ୍ଟକୁ ଟୁଥ୍ ବ୍ରଶରେ ଲଗାଇ ଦାନ୍ତ ଘଷନ୍ତୁ। ପରେ ଟୁଥପେଷ୍ଟ ସହିତ ସଫା କରନ୍ତୁ। ଏହା କେବେଳ ଦାନ୍ତ ସଫା କରେନି, ପାଟିରେ ଉତ୍ପନ୍ନ ଜୀବାଣୁକୁ ବାହାର କରିଥାଏ।

୩- ନିମ୍ଵରେ ଔଷଧିୟ ଗୁଣ ରହିଛି। ଦୈନିକ ନିମ୍ଵରେ ଦାନ୍ତ ଘଷିଲେ ଖରାପ ଜୀବାଣୁକୁ ନଷ୍ଟ ହୋଇଥାଏ। ଦାନ୍ତର ହଳଦିଆ ମଧ୍ୟ ଦୂର କରିଥାଏ।

୪- ହଳଦିଆ ଦାନ୍ତ ସଫା କରିବାକୁ ହେଲେ ବେକିଂ ସୋଡା, ଲୁଣ ଓ ନଡିଆ ତେଲ ବ୍ୟବହାର କରାଯାଇପାରିବ। ଏହି ତିନୋଟି ଜିନିଷକୁ ମିଶ୍ରଣ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଆଙ୍ଗୁଠି କିମ୍ବା ଟୁଥ୍ ବ୍ରଶ୍ ସାହାଯ୍ୟରେ ଏହାକୁ ଦାନ୍ତ ଘଷନ୍ତୁ। କିନ୍ତୁ ମନେ ରଖିବା ଉଚିତ ଏହି ପେଷ୍ଟକୁ ମାସକୁ ଦୁଇଥର ବ୍ୟବହାର କରିବେ। ଯେଉଁମାନଙ୍କର ଦାନ୍ତରେ ସମ୍ବେଦନଶୀଳତାର ସମସ୍ୟା ରହିଛି ସେମାନେ ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ।

Leave a Reply

Your email address will not be published. Required fields are marked *

Back to top button