ବ୍ରହ୍ମପୁର : ଜାଲ୍‌ ସାର୍ଟିଫିକେଟ୍‌ ରାକେଟ୍‌ର ୪ ଗିରଫ

ବ୍ରହ୍ମପୁର : ରାଜ୍ୟରେ ଜାଲ୍‌ ସାର୍ଟିଫିକେଟ୍‌ ରାକେଟ୍‌ର ଗୁମର ଖୋଲୁଛି। ପର୍ଦ୍ଦାଫାସ ହେଉଛି କଳା କାରନାମା। ଏହି ଘଟଣାରେ ବ୍ରହ୍ମପୁର ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଦୈତାରୀ ବେହେରା, କିଶୋର ବେହେରା, ଅମୃତ ପ୍ରସାଦ ବେହେରା ଓ ପ୍ରଶାନ୍ତ କୁମାର ସାହୁ। ସେମାନଙ୍କ ଠାରୁ ୨୦୦ ଦଶମ ବୋର୍ଡ ସାର୍ଟିଫିକେଟ, ୧୭୦ ଯୁକ୍ତଦୁଇ ସାର୍ଟିଫିକେଟ, ପ୍ରିଣ୍ଟର, କମ୍ପ୍ୟୁଟର, ସିପିୟୁ, ନକଲି ଷ୍ଟାମ୍ପ ସମେତ ବିଭିନ୍ନ ନାମୀଦାମୀ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟର ସାର୍ଟିଫିକେଟ ଜବତ ହୋଇଛି।

ଖବର ଅନୁଯାୟୀ କିଶୋର କଟକରେ ଦୋକାନ କରି ଢେଙ୍କାନାଳର ପ୍ରଶାନ୍ତଙ୍କୁ ମୁଦ୍ରଣ କାଳୀ ଓ କାଗଜ ଯୋଗାଉଥିଲା। ପ୍ରଶାନ୍ତ ଢେଙ୍କାନାଳରେ କନମ୍ପ୍ୟୁଟର ଦୋକାନ କରି ଯୋଗାଉଥିଲା ବିଭିନ୍ନ ସାର୍ଟିଫିକେଟ। ପ୍ରଶାନ୍ତ ଦୋକାନରେ ଚଢ଼ଉ କରି ପୋଲିସ ୨୦୦ ବିଏସଇ ଓ ୧୭୦ଟି ଖାଲି ସିଏଚଏସଇ ସାର୍ଟିଫିକେଟ ସମେତ ୪୫ ଟି ସିଏଚଏସଇ ଲୋଗୋ ବିଶିଷ୍ଟ ସାର୍ଟିଫିକେଟ, ୮୯ଟି ଏସସିଟିଇ ଏବଂ ଭିଟି ଲୋଗୋ ବିଶିଷ୍ଟ ସାର୍ଟିଫିକେଟ, ୧୧ଟି ବିପିୟୁଟି ସାର୍ଟିଫିକେଟ, ୨ଟି ରାୟପୁର ସାର୍ଟିଫିକେଟ, ଗୋଟିଏ ଜାତୀୟ ସ୍ତରୀୟ ସାର୍ଟିଫିକେଟ, ଗୋଟିଏ ସ୍କାନର, ଗୋଟିଏ ଏକ୍ସଟରନାଲ ହାର୍ଡ ଡିସ୍କ ସହ ବହୁ ମୁଦ୍ରଣ ସରଞ୍ଜାମ ଜବତ କରିଛି। ବ୍ରହ୍ମପୁର ଏସପି ଶ୍ରବଣ ବିବେକ୍‌ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିବା ବେଳେ କିଶୋର ପୂର୍ବରୁ ନକଲି ସାର୍ଟିଫିକେଟ ମାମଲାରେ ଜୟପୁରରୁ ଗିରଫ ହୋଇଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button