ବିରୋଧୀଙ୍କ ଏକଜୁଟ ପାଇଁ ଅଖିଳେଶ ଓ ମମତାଙ୍କୁ ଭେଟିଲେ ନୀତୀଶ କୁମାର

ଲକ୍ଷ୍ନୌ : ଆଗାମୀ ନିର୍ବାଚନ ପୂର୍ବରୁ ସବୁ ବିରୋଧୀ ଦଳକୁ ଏକଜୁଟ୍ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରୁଛନ୍ତି ପ୍ରୟାସ। ଏହି କ୍ରମରେ ସେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି। ଆଉ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ନୀତିଶ ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବ କରିଛନ୍ତି ଆଲୋଚନା।

ଲକ୍ଷ୍ନୌରେ ବୈଠକ ପରେ ଅଖିଳେଶ ଯାଦବ, ତେଜସ୍ଵୀ ଯାଦବ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଣମାଧ୍ୟମକୁ ଦେଇଛନ୍ତି ସୂଚନା। ନୀତିଶ କହିଛନ୍ତି ଅଧିକରୁ ଅଧିକ ରାଜନୈତିକ ଦଳକୁ ଏକଜୁଟ୍ କରିବାକୁ ଆମର ଉଦ୍ୟମ ଜାରି ରହିଛି। ଆମ ମଧ୍ୟରେ ହୋଇଛି ସକରାତ୍ମକ ଆଲୋଚନା। ସମସ୍ତଙ୍କୁ ଗୋଟିଏ ଛତା ତଳକୁ ଆଣିବା ପାଇଁ କାମ କରୁଛି। କିନ୍ତୁ ମୁଁ ନେତା ହେବି ନାହିଁ। ଆଗାମୀ ନିର୍ବାଚନରେ ଆମେ ଭଳ ଫଳାଫଳ ଆଶା କରୁଛୁ ବୋଲି କହିଛନ୍ତି। ଅଖିଳେଶ କହିଲେ ଅନେକ ରାଜନୈତିକ ଦଳ ସଂପର୍କରେ ଅଛନ୍ତି। ଦେଶରେ ଗଣତନ୍ତ୍ର ଓ ସମ୍ବିଧାନର ରକ୍ଷା ପାଇଁ ଆମେ ଆପଣଙ୍କ ସହ ଅଛୁ।

ସେହିପରି ସାକ୍ଷାତ ଆଲୋଚନା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିହାରରେ ସର୍ବଦଳୀୟ ବୈଠକ କରିବାକୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଅନୁରୋଧ କରିଛନ୍ତି। ସେ କହିଲେ ଜୟପ୍ରକାଶ ଜୀଙ୍କ ଆନ୍ଦୋଳନ ବିହାରରୁ ହୋଇଥିଲା। ଯଦି ଆମେ ବିହାରରେ ଏକ ସର୍ବଦଳୀୟ ବୈଠକ କରିବା ତେବେ ଆଗାମୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନେଇହେବ। ପ୍ରଥମେ ଆମେ ଏକ ବୋଲି ମେସେଜ୍ ଦେବାକୁ ପଡ଼ିବ। ମୁଁ ପୂର୍ବରୁ ହିଁ କହିଛି ମୋର କୌଣସି ସମସ୍ୟା ନାହିଁ। ମିଛ ଓ ମିଡିଆ ସମର୍ଥନରେ ବିଜେପି ସେମାନେ ହିରୋ ହେଉଛି। ମୁଁ ବିଜେପିକୁ ଶୂନ କରିଦେବାକୁ ଚାହେଁ। ଆମେ ଏକାଠି ଚାଲିବୁ। ଆମ ଭିତରେ ବ୍ୟକ୍ତିଗ ଗର୍ବ ନାହିଁ। ଆମେ ସଂଗଠନାତ୍ମକ ଭାବେ ଏକାଠି କାମ କରିବାକୁ ଚାହୁଁଛୁ।

Leave a Reply

Your email address will not be published. Required fields are marked *

Back to top button