ଇ-ଶ୍ରମ ପୋର୍ଟାଲରେ ନୂଆ ସୁବିଧା

ନୂଆଦିଲ୍ଳୀ : ଇ-ଶ୍ରମ ପୋର୍ଟାଲର ନୂଆ ସୁବିଧା ଆରମ୍ଭ କରିଛନ୍ତି କେନ୍ଦ୍ର ଶ୍ରମମନ୍ତ୍ରୀ ଭୁପେନ୍ଦ୍ର ଯାଦବ। ଏଣିକି ପଞ୍ଜୀକୃତ ଶ୍ରମିକଙ୍କୁ ମିଳିବ ରୋଜଗାର ନୂଆ ସୁଯୋଗ। ଇ-ଶ୍ରମ ପୋର୍ଟାଲରେ ଶ୍ରମିକଙ୍କୁ କୌଶଳ ଓ ପ୍ରଶିକ୍ଷଣ, ପରିବାରର ସୂଚନା ଏବଂ ପେନସନ ଯୋଜନା ଉପଲବ୍ଧ କରାଯାଇଛି।

ଖବର ଅନୁଯାୟୀ ଇ-ଶ୍ରମ ପୋର୍ଟାଲ ସାହାଯ୍ୟରେ ପ୍ରବାସୀ ଶ୍ରମିକଙ୍କ ପରିବାରର ତଥ୍ୟ ଦେବାର ସୁବିଧା ଦିଆଯିବ। ଯାହାଫଳରେ ସେମାନେ ବାହର ରାଜ୍ୟରେ କାମ କରୁଥିବା ବେଳେ ପିଲାଙ୍କ ଶିକ୍ଷା ଓ ମହିଳା କେନ୍ଦ୍ରିତ ଯୋଜନାର ଫାଇଦା ପାଇବେ। ଏହାବ୍ୟତୀତ ଇ-ଶ୍ରମ ପଞ୍ଜିକରଣ କରାଉଥିବା ନିର୍ମାଣ ଶ୍ରମିକଙ୍କ ସଂଖ୍ୟା, ନିର୍ମାଣ ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ସହ ଯୋଡ଼ାଯିବ। ସେମାନ ବୋର୍ଡର ଯୋଜନା ପାଇପାରିବେ।

ଏଥିସହ ଇ-ଶ୍ରମ ତଥ୍ୟକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ତଥ୍ୟ ଆଦାନ ପ୍ରଦାନ ପାଇଁ ଡାଟା ସେୟାରିଂ ପୋର୍ଟାଲ ଆରମ୍ଭ ହୋଇଛି। କରିଛନ୍ତି। ପୋର୍ଟାଲରେ ପଞ୍ଜିକୃତ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ସଂଖ୍ୟାର ବ୍ୟବହାର ସାମାଜିକ ସୁରକ୍ଷା ଭଳି ଯୋଜନାରେ ଏହାଦ୍ୱାରା କରାଯାଇପାରିବ।

Leave a Reply

Your email address will not be published. Required fields are marked *

Back to top button