Tue. Aug 20th, 2019

ବିବାଦରେ ରାକ୍ଷୀ: ଦୀପକ କଲାଲଙ୍କ ଧମକ, ୪ କୋଟି ନଫେରାଇଲେ ଲାଇଫ ଖରାପ କରିଦେବି

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାୱନ୍ ଏବେ ପୁଣି ବିବାଦରେ ଛନ୍ଦି ହୋଇଛନ୍ତି। ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି ଦୀପକ କଲାଲ। ସେ ଧମକ ଦେଇଛନ୍ତି ୪ ଦିନ ଭିତରେ ୪ କୋଟି ଟଙ୍କା ନଫେରାଇଲେ ଲାଇଫ ଖରାପ କରିଦେବେ। ଦୀପକ ଦାବି ସମ୍ପର୍କିତ ଏକ ଭିଡିଓ ଦେଇଥିବା ବେଳେ ଏହାକୁ ରାକ୍ଷୀ ତାଙ୍କ ଇଂଷ୍ଟାପେଜରେ ସେୟାର କରିଛନ୍ତି। ହେଲେ ଭିଡିଓ ବାବଦରେ କୌଣସି ମନ୍ତବ୍ୟ ଦେଇନାହାନ୍ତି। କିଛି ଇମୋଜି ପୋଷ୍ଟ କରିଛନ୍ତି।

ଦୀପକ କହିଛନ୍ତି ମିଡିଆ ଆଗରେ କଣ କହିଥିଲ ଦୀପକକୁ ବିବାହ କରିବି। ହେଲେ କଣ କଲ ବୋଲି ପ୍ରଶ୍ନ କରିଛନ୍ତି। ମୁଁ ତୁମକୁ ଗଣି ଗଣିକି ୪ କୋଟି ଟଙ୍କା ଦେଇଛି। ବସ୍ତାରେ ଭରି ଦେଇଥିବା ଟଙ୍କା ୪ ଦିନରେ ଫେରାଅ। ନଚେତ ଜୀବନ ଖରାପ କରିଦେବି ବୋଲି ଭିଡିଓରେ କହୁଛନ୍ତି ଦୀପକ। ରାକ୍ଷୀ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ସେ ଟଙ୍କା ଦେଇଥିଲେ ବୋଲି କହିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଦୀପକ ସତରେ ରାକ୍ଷୀଙ୍କୁ ୪ କୋଟି ଟଙ୍କା ଦେଇଛନ୍ତି ନା ଏହା ଏକ ପବ୍ଲିସିଟି ଷ୍ଟଣ୍ଟ ତାହା ସ୍ପଷ୍ଟ ହୋଇ ପାରୁନି।

View this post on Instagram

😄😄😄🤣🤣😂🤣🤣🤣🤣

A post shared by Rakhi Sawant (@rakhisawant2511) on

ସୂଚନାଯଜ୍ଞ ଯେ ଗତ ଜୁଲାଇ ୨୮ ତାରିଖରେ ରାକ୍ଷୀ ସାୱନ୍ତ ମୁମ୍ବାଇର ମାରିୟଟ ହୋଟେଲରେ ଚୁପଚାପ ବିବାହ କରିଥିଲେ। ଏହାକୁ ପ୍ରଥମେ ରାକ୍ଷୀ ବ୍ରାଇଡଲ ଫଟୋସୁଟ୍ ବୋଲି କହୁଥିଲେ। ହେଲେ ପରେ ଏନଆରଆଇ ବ୍ୟବସାୟୀଙ୍କୁ ବିବାହ କରିଥିବା ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *