ସମୁଦ୍ରର ଜଳସ୍ତର ବଢୁଛି : ତଟବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହେବ

ସମୁଦ୍ରର ଜଳ ପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଏହା ସୁଚାଇ ଦେଉଛି ତଟବର୍ତ୍ତୀ ଅଞ୍ଚଳ ଖୁବଶୀଘ୍ର ଜଳମଗ୍ନ ହେବ। ସଂଯୁକ୍ତ ରାଷ୍ଟ୍ର ଦେଇଥିବା ରିପୋର୍ଟ ଏହି ତଥ୍ୟ ପ୍ରକାଶ ପାଇଛି।

ସଂଯୁକ୍ତ ରାଷ୍ଟ୍ର ପାଣିପାଗ ବିଜ୍ଞାନର ରିପୋର୍ଟ ଅନୁଯାୟୀ ୧୯୯୩ରୁ ୨୦୦୨ ମଧ୍ୟରେ ସମୁଦ୍ରର ଜଳସ୍ତର ପ୍ରତିବର୍ଷ ଯେପରି ବୃଦ୍ଧି ପାଉଥିଲା ୨୦୧୩ରୁ ୨୦୨୨ ଭିତରେ ଏହା ଦୁଇଗୁଣ ଅର୍ଥାତ ୪.୬୨ ମିଲିମିଟର ବଢୁଛି। ଗତବର୍ଷ ରେକର୍ଡ ଗତିରେ ବୃଦ୍ଧି ପାଇଥିବା ଜଳସ୍ତର ଭବିଷ୍ୟତରେ ବିଶ୍ୱ ପାଇଁ ବଡ ବିପଦ ବୋଲି କୁହାଯାଉଛି। ଏପରି ହେବାର କାରଣ ତାପମାତ୍ରା ବୃଦ୍ଧି। ବରଫ ତରଳିବାରୁ ସମୁଦ୍ରର ଜଳସ୍ତର ବୃଦ୍ଧି ପାଉଛି।

ଡବ୍ଲୁଏମଓ ସେକ୍ରେଟାରୀ ଜେନେରାଲ ପେଟେରୀ ଟାଲସଙ୍କ କହିଛନ୍ତି ବହୁଳ ପରିମାଣରେ ଗ୍ରୀନ୍ ହାଉସ୍ ଗ୍ୟାସ ନିର୍ଗତ ପାଇଁ ଗ୍ଲେସିୟର ତରଳିବାରୁ ସମୁଦ୍ରର ଜଳସ୍ତର ବିପଦଜନକ ବଢୁଛ। ଏପରି ଅବସ୍ଥା ଆଗାମୀ ହଜାରେ ବର୍ଷ ପର୍ଯ୍ୟନ୍ତ ଜାରି ରହିବ। ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ପାଇଁ ବିପଦ ସୃଷ୍ଟି ହେବା ସହିତ ଅଧିକାଂଶ ଦ୍ୱୀପର ସତ୍ତା ଜଳରେ ହଜିଯିବ। ଆଣ୍ଟାକର୍ଟିକାରେ ଗତବର୍ଷ ଜୁନ୍ ଓ ଜୁଲାଇ ମାସରେ ତୀବ୍ର ବେଗରେ ବରଫ ତରଳିଥିବା ରିପୋର୍ଟରେ କୁହାଯାଇଛି। ତେବେ ପୃଥିବୀ ପୃଷ୍ଠର ତାପମାତ୍ରା ବୃଦ୍ଧି ପାଇବାରୁ ଏହାର ପ୍ରଭାବ ମଣିଷ ସମାଜ ଉପରେ ପଡିଛି। ଗତବର୍ଷ ୟୁରୋପରେ ହିଟ୍ ୱେଭ୍ କାରଣରୁ ୧୫ ହଜାର ଲୋକ ପ୍ରାଣ ହରାଇଥିଲେ। ଆସନ୍ତା ୨୦୬୦ ମସିହା ପର୍ଯ୍ୟନ୍ତ ପାଣିପାଗରେ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ପୂର୍ବନୁମାନ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button