କୋରିଆନ ମହିଳାଙ୍କୁ ନିଶାଦେଇ କରୁଥିଲେ ଦୁଷ୍କର୍ମ

ନୂଆଦିଲ୍ଳୀ : ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଅଷ୍ଟ୍ରେଲିଆରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବ। ସେ ପାଞ୍ଚଜଣ କୋରିଆନ ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ସହିତ ହିଡେନ୍‌ କ୍ୟାମେରାରେ ସୁଟ୍‌ କରିଥିବା ସିଡନୀ ମର୍ନିଂ ହେରାଲ୍ଡ ରିପୋର୍ଟ କରିଛି।

ଖବର ଅନୁଯାୟୀ ଏହି ବ୍ୟକ୍ତି ଜଣକ ନାମ ବାଲେଶ ଧନକର୍‌। ୨୦୧୮ ମସିହା ଜାନୁଆରି ମାସରୁ ଅକ୍ଟୋବର ମଧ୍ୟରେ ତାଙ୍କ ନାମରେ ରହିଥିବା ୧୩ଟି ଦୁଷ୍କର୍ମ ସହ ୩୯ଟି ମାମଲାର ଅଦାଲତ ଶୁଣାଣି କରିଛନ୍ତି। ସିଡନୀ ଜିଲ୍ଲା କୋର୍ଟର ଜୁରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମେ’ ମାସରେ ସେ ପୁଣି କୋର୍ଟରେ ହାଜର ହେବେ ବୋଲି ସୂଚନା ରହିଛି।

ଧନକର୍‌ଙ୍କର ‘ଭେରି ସ୍ପେସିଫିକ୍‌ ମଡସ୍‌ ଅପରାଣ୍ଡି’ ନାମରେ ଏକ ସଂସ୍ଥା ରହିଛି। ଏହି ସଂସ୍ଥା ଜରିଆରେ ସେ ମହିଳାଙ୍କୁ ନକଲି କୋରିଆନ୍‌ ଅନୁବାଦକ ଚାକିରି ଦେବା ନାମରେ ଫସାଇ କେତୋଟି ନିର୍ଦ୍ଦିଷ୍ଟ ହୋଟେଲ୍‌, ରେଷ୍ଟୁରାଣ୍ଟ୍‌ ଓ କ୍ୟାଫେରେ ଭେଟୁଥିଲେ। ତା’ପରେ ମହିଳାମାନଙ୍କୁ ଆପାର୍ଟମେଣ୍ଟ୍‌ କିମ୍ବା ଷ୍ଟୁଡିଓକୁ ନେଇ ସେଠାରେ ନିଶା ଦେଇ ଅଚେତ କରି ଇଜ୍ଜତ ଲୁଟୁଥିଲେ।

Leave a Reply

Your email address will not be published. Required fields are marked *

Back to top button