ପୂର୍ବତନ ସାଂସଦଙ୍କ ନାଁରେ ଅର୍ଥ ଆଦାୟ ଅଭିଯୋଗ

ରାୟଗଡ଼ା : ଗତ ୪୦ ବର୍ଷ ଧରି ନକ୍ସଲ ନାଁରେ ଟ୍ରକ ମାଲିକଙ୍କଠାରୁ ଟନ୍ ପିଛା ୫୦ ଟଙ୍କା ଲେଖାଏଁ ଆଦାୟ ହେଉଥିବା ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ଏପ୍ରିଲ ୧୮ ତାରିଖରେ ଥାନାରେ ଏତଲା ଦେଇଥିଲେ। ଏହି ଘଟଣାର ସତ୍ୟତା ସାମ୍ନାକୁ ଆଣିବାକୁ କଂଗ୍ରେସ ଦାବି କରିଛି। ୧୫ ଦିନ ମଧ୍ୟରେ ପୋଲିସ କୋଣସି ପଦକ୍ଷେପ ନନେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସାଂସଦ ସପ୍ତଗିରି ଉଲାକା ଚେତାବନୀ ଦେଇଛନ୍ତି ।

ରାୟଗଡ଼ାଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ଉଲାକା କହିଛନ୍ତି ପୂର୍ବତନ ସାଂସଦଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ହେଉ। ପ୍ରକୃତ କଥା ଲୋକଲୋଚନକୁ ଆସୁ। କାରଣ ବିଜେଡି ନେତା ଏଭଳି କରିବା ନିନ୍ଦନୀୟ। ପ୍ରତିବର୍ଷ ଏବାଦରେ ୩ରୁ ୪ କୋଟି ଟଙ୍କା ଆତ୍ମସାତ କରାଯାଉଛି। ଯଦି ଏହି ଅଭିଯୋଗ ମିଥ୍ୟା ହୁଏ ତେବେ ଟ୍ରକ ମାଲିକ ସଂଘ ନାମରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପଣ୍ଡାଙ୍କ ସମେତ ବିଧାୟକ ପ୍ରାର୍ଥୀ ଆପଲସ୍ଵାମୀ କାଡ୍ରକା, ଜିଲ୍ଲା ଉପସଭାପତି ଶଙ୍କର୍ଷଣ ମଙ୍ଗରାଜ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅସଲାମ ଖାନ୍, ଅନିଲ ଜୈନ, ସୁନୀଲ ପଣ୍ଡା, ଅଙ୍ଗଦ ନାୟକ ଓ ବାପି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button