ପୋଷାକ ଚୋରି କରିଛନ୍ତି ଟେଲି ଅଭିନେତ୍ରୀ

ମୁମ୍ବାଇ : ଟେଲି ଅଭିନେତ୍ରୀ ତଥା ବିଗ୍ ବସ୍ ୧୬ ପ୍ରତିଯୋଗୀ ପ୍ରିୟଙ୍କା ଚହର ଚୌଧୁରୀ ନାଁ’ରେ ପୋଷାକ ଚୋରି ଓ ଷ୍ଟାଇଲ ନକଲ କରିଥିବା ଅଭିଯୋଗ। ଡିଜାଇନର୍ ଇଶିତା ଗୁପ୍ତା ଏହି ଅଭିଯୋଗ ଆଣିଛନ୍ତି।

ଇଶିତା ଗୁପ୍ତା ଏକାଧିକ ଟ୍ଵିଟ କରି ପ୍ରିୟଙ୍କା ଉପରେ ଆରୋପ ଲଗାଇଛନ୍ତି। ସେ କହିଛନ୍ତି ମାଗିଥିଲେ ଦେଇଥାନ୍ତି। କିନ୍ତୁ ମୋତେ ନପଚାରି ମୋ ପୋଷାକ ନେବାକୁ ଚୋରି ହିଁ କୁହାଯିବ। ଇଶିତାଙ୍କ କହିବା ଅନୁଯାୟୀ ପ୍ରିୟଙ୍କା ତାଙ୍କର ୩୧ଲକ୍ଷ ଟଙ୍କାର ଜିନିଷ ଚୋରି କରିଛନ୍ତି। ଯେଉଁଥିରେ ରହିଛି ଦାମୀ‌ ପୋଷାକ ଓ ବ୍ୟାଗ। ପ୍ରିୟଙ୍କା ଭଲ ମଣିଷ ହେବାର ଅଭିନୟ କରନ୍ତି। କିନ୍ତୁ ଅସଲ ଜୀବନରେ ସେ ସମସ୍ତଙ୍କୁ ହଇରାଣ କରନ୍ତି ବୋଲି ଇଶିତା କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button