ବର୍ଷପୂର୍ତ୍ତି ପୂର୍ବରୁ ମନ୍ତ୍ରୀମାନଙ୍କୁ ରିପୋର୍ଟ ମାଗିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ରାଜ୍ୟରେ ଚାଲିଛି ନବୀନ ସରକାର। ଆସନ୍ତା ମଇ ୨୯ ତାରିଖରେ ପଞ୍ଚମ ପାଳି ସରକାରର ଚତୁର୍ଥ ବର୍ଷ ପୂର୍ତ୍ତି। ଏହା ପୂର୍ବରୁ ବିଭାଗର ସମୀକ୍ଷା ପାଇଁ ମନ୍ତ୍ରୀମାନଙ୍କୁ ଦିଆଯାଇଛି ଚିଠି। ମଇ ମାସରୁ ବିଭିନ୍ନ ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ସେଥିପାଇଁ ମନ୍ତ୍ରୀମାନେ ନିଜ ବିଭାଗର ପାଞ୍ଚ ପ୍ରମୁଖ କାର୍ଯ୍ୟାବଳୀର ବିବରଣୀ ପ୍ରଦାନ କରିବେ।

ରାଜ୍ୟର ମନ୍ତ୍ରୀମାନଙ୍କୁ ଚିଠି ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆସନ୍ତା ମେ ୨୯ ତାରିଖରେ ରାଜ୍ୟ ଶାସନ ଭାର ଗ୍ରହଣ କରିବାର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରିବାକୁ ଯାଉଛି। ସଭିଙ୍କ ପାଇଁ ଏହା ଖୁବ୍‌ ଅନନ୍ଦର କଥା। ଏଥିପାଇଁ ମୁଁ ସଭିଙ୍କୁ ଶୁଭେଚ୍ଛା ଜଣାଇବା ସହିତ ରାଜ୍ୟବାସୀଙ୍କୁ ଆମେ ଦେଇଥିବା ପ୍ରତିବଦ୍ଧତା ବିଷୟରେ ମନେ ପକାଇ ଦେଉଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆମେ ଦଳର ନିର୍ବାଚନ ଇସ୍ତାହାର ରାଜ୍ୟବାସୀଙ୍କ ସମ୍ମୁଖରେ ରଖିଥିଲେ। ୨୦୨୦ ମସିହାଠାରୁ ନିରନ୍ତର କାର୍ଯ୍ୟ କରି ରାଜ୍ୟବାସୀଙ୍କ ବିଶ୍ଵାସଭାଜନ ହୋଇପାରିଛେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଆମେ ୪ ବର୍ଷ ପୂରଣ କରିବାକୁ ଯାଉଛେ। ରାଜ୍ୟବାସୀଙ୍କ କଲ୍ୟାଣ ସକାଶେ ଅନେକଗୁଡ଼ିଏ ଗୁରୁତ୍ଵପୂର୍ଣ୍ଣ ପ୍ରତିଶ୍ରୁତିକୁ ପୂରା କରି ଆମେ କଥାରେ ନୁହେଁ, କାମରେ ବିଶ୍ଵାସ କରନ୍ତି ବୋଲି ପ୍ରମାଣ କରିଛେ। ଚଳିତବର୍ଷ ମଇ ୨୨ ତାରିଖରୁ ଆପଣଙ୍କ ଦାୟିତ୍ଵରେ ରହିଥିବା ବିଭାଗଗୁଡ଼ିକ ସମୀକ୍ଷା ବିଭାଗୀୟ ସଚିବମାନଙ୍କ ଉପସ୍ଥିତ‌ରେ କରିବି। ପ୍ରତ୍ୟେକ ବିଭାଗର ୫ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ବିଷୟରେ ମୋତେ ଅବଗତ କରାଇବେ।

ସରକାର ୪ର୍ଥ ବର୍ଷ ପୂର୍ତ୍ତି ଅବସରରେ ଅନୁ‌ଷ୍ଠିତ ହେବାକୁ ଥିବା ମନ୍ତ୍ରୀ ପରିଷଦ ବୈଠକରେ ହାସଲ କରିଥିବା ସଫଳତାକୁ ରାଜ୍ୟର ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିବେ। ଏହା ପୂର୍ବରୁ ବିଭାଗୀୟ ଅଧିକାରୀମାନଙ୍କ ବୈଠକ ଡକାଇ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ଚିଠିଲେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button