ବ୍ରାହ୍ମଣୀରେ ଡଙ୍ଗା ବୁଡ଼ି ୨ ନିଖୋଜ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ଏକମାଣିଆ ପଞ୍ଚାୟତରେ ଘଟିଛି ଅଘଟଣ। ଆଜି ସକାଳେ ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ିଯିବା ଦୁଇଜଣ ନିଖୋଜ ଥିବା ଜଣାପଡିଛି।

ଖବର ଅନୁଯାୟୀ ଗୁରୁବାର ସକାଳେ ଏକମାଣିଆ ପଞ୍ଚାୟତରୁ ୩୦ଜଣ ଯାତ୍ରୀଙ୍କୁ ଧରି ଏକ ଡଙ୍ଗା ରାଜନଗର କେରଡାଗଡ଼କୁ ଯାଉଥିଲା। କିନ୍ତୁ ଡଙ୍ଗାଟି କୂଳରୁ କିଛି ବାଟ ଯିବା ପରେ ହଠାତ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ ହେଁ ଘାଟିଆ ସୁଦର୍ଶନ ସ୍ଵାଇଁ ଓ ନାବାଳକ ଦେବେନ୍ଦ୍ର ବେହେରା ନିଖୋଜ ଅଛନ୍ତି। ଖୋଜାଖୋଜି ଜାରି ରହିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button