ଆଜି କେନ୍ଦ୍ରାପଡା ଗସ୍ତରେ ୫ଟି ସଚିବ

କେନ୍ଦ୍ରାପଡା : ରାଜ୍ୟ ସରକାରଙ୍କ ୫ଟି ସଚିବ ଭି. କେ. ପାଣ୍ଡିଆନ୍ ଆଜି କେନ୍ଦ୍ରାପଡା ଗସ୍ତରେ ଆସୁଛନ୍ତି। ଏହି ସମୟରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡିଛି।

ଖବର ଅନୁଯାୟୀ ଗୁରୁବାର ପୂର୍ବାହ୍ନ ୧୧ ଟାରେ ୫ଟି ସଚିବ ଶ୍ରୀ ପାଣ୍ଡିଆନ ଜମଧର ଠାରେ ନିର୍ମାଣାଧୀନ ଶୀତଳଭଣ୍ଡାର କାର୍ଯ୍ୟ ସମୀକ୍ଷା କରିବେ। ପରେ ଜଝାଙ୍ଗର କାଇଁଚ ଶିଳ୍ପରେ ନିୟୋଜିତ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନକୁ ଭେଟିବେ। ଏହାଛଡାପଟ୍ଟାମୁଣ୍ଡାଇ, ଡେରାବିଶ, ମହାକାଳପଡ଼ା ବ୍ଲକର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ସହିତ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବେ। ଏହି କାର୍ଯ୍ୟସୂଚୀ ମଧ୍ୟରେ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଦର୍ଶନ ରହିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button