ଅମିତ ଶାହଙ୍କ ନାଁ’ରେ ଏଫ୍‌ଆଇଆର୍‌

ବେଙ୍ଗାଲୁରୁ : ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ଯିବା ପରେ ଯେଶାକୁତେସା ନୀତି ଆପଣେଇଛି କଂଗ୍ରେସ। ବିବାଦୀୟ ମନ୍ତବ୍ୟ ପାଇଁ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କ ନାଁରେ ବରିଷ୍ଠ କଂଗ୍ରେସ ନେତା ଆଜି ଏଫ୍‌ଆଇଆର୍‌ ଦେଇଛନ୍ତି।

ଖବର ଅନୁଯାୟୀ କର୍ଣ୍ଣାଟକରେ ଆୟୋଜିତ ଏକ ବିଜେପି ରାଲିରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହ କହିଥିଲେ ଯଦି କଂଗ୍ରେସ କ୍ଷମତାକୁ ଆସିବ ତେବେ ସାମ୍ପ୍ରଦାୟିକ ଦଙ୍ଗା ହେବ। ଏହି ମନ୍ତବ୍ୟ ପାଇଁ ଅମିତ ଶାହଙ୍କ ନାଁରେ ଆଜି ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟେୱାଲା, ଡକ୍ଟର ପରମେଶ୍ଵର ଓ ଡି କେ ଶିବକୁମାର ବେଙ୍ଗାଲୁ‌ରସ୍ଥିତ ହାଇ ଗ୍ରାଉଣ୍ଡସ୍ ଥାନାରେ ଏଫ୍‌ଆଇଆର୍‌ ଫାଇଲ୍‌ କରିଛନ୍ତି। ଏଥିରେ କ୍ରୋଧ ଉଦ୍ରେକକାରୀ, ଶତ୍ରୁତାକୁ ପ୍ରୋତ୍ସାହନ, ତିକ୍ତତା ସୃଷ୍ଟିକାରୀ ଓ ବିରୋଧୀଙ୍କୁ ଅପମାନ କରିବା ଭଳି ବିବୃତି ଦିଆଯାଇଥିବା ଦର୍ଶାଯାଇଛି। ରାଲିର ଆୟୋଜକଙ୍କ ନାମରେ ମଧ୍ୟ ଦିଆଯାଇଛି ଏଫ୍‌ଆଇଆର୍‌।

ଶାହଙ୍କ ଟିପ୍ପଣୀ ପ୍ରସଙ୍ଗରେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି କେ ଶିବକୁମାର କହିଛନ୍ତି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଯଦି ସାଧାରଣ ବ୍ୟକ୍ତିଟିଏ ଏଭଳି କହିଥାଆନ୍ତେ ତେବେ ତାଙ୍କୁ ଗିରଫ କରାଯାଇଥାଆନ୍ତା। କଂଗ୍ରେସ କ୍ଷତାକୁ ଆସିଲେ ସାମ୍ପ୍ରଦାୟିକ ଦଙ୍ଗା ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିପାରି‌ବେ ନହିଁ। କାରଣ ସେ ଗୃହମନ୍ତ୍ରୀ, ବିଜେପିର ଷ୍ଟାର୍‌ ପ୍ରଚାରକ ନୁହନ୍ତି।

Leave a Reply

Your email address will not be published. Required fields are marked *

Back to top button