ପ୍ରଧାନମନ୍ତ୍ରୀ ନିବାସରେ ୫୦୦ କୋଟି ଖର୍ଚ୍ଚକୁ ନେଇ ଆପ୍ ଉଠାଇଲା ପ୍ରଶ୍ନ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନର ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହୋଇଛି ୪୫ କୋଟି ଟଙ୍କା। ଏହାକୁ ନେଇ ବିଜେପି କେଜ୍ରିୱାଲଙ୍କୁ ଟାର୍ଗେଟ କରିଥିବା ବେଳେ ଆମ ଆଦମି ପାର୍ଟି କହିଛି ପ୍ରଧାନମନ୍ତ୍ରୀଙ୍କ ନିବାସରେ ୫୦୦ କୋଟି ବ୍ୟୟ କରାଯାଉଛି।

ଖବର ଅନୁଯାୟୀ ଭାରତର ପ୍ରଧାନମନ୍ତ୍ରୀଙ୍କ ନୂଆ ବାସଭବନ ଦିଲ୍ଲୀର ସାଉଥ ବ୍ଲ ସ୍ଥିତ ଦାରା ସିକୋ ରୋଡ ନିକଟରେ ନିର୍ମାଣ ହେଉଛି। ୨୦୨୪ ସୁଦ୍ଧା ସଂପୂର୍ଣ୍ଣ ହେବାକୁ ଥିବା ଭବନରେ ପ୍ରାୟ ୪୬୭ କୋଟି ବ୍ୟୟ ହେବ।

ସ୍ତମ୍ଭକାର ତଥା ପ୍ରତିରକ୍ଷା ବିଶେଷଜ୍ଞ ଅଭିଜିତ ଆୟର ମିତ୍ରଙ୍କ ଟୁଇଟରରେ ଦର୍ଶାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବାସକୁ ପ୍ରଧାନମନ୍ତ୍ରୀ ଆବାସ ସହ ତୁଳନା କରାଯାଇପାରିବ ନାହିଁ। କାରଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବାସର ନବୀକରଣ ଲାଗି ୪୫ କୋଟି ବ୍ୟୟ ହୋଇଛି। କିନ୍ତୁ ପ୍ରଧାନମନ୍ତ୍ରୀ ଆବାସରେ ଖର୍ଚ୍ଚ ହୋଇଥିବା ଅର୍ଥ ଏକ ସୁରକ୍ଷା ବାବଦ ବ୍ୟୟ।

ଶ୍ରୀ ମିତ୍ର ଲେଖିଛନ୍ତି ଭାରତ ଏକ ଅଣୁ ଅସ୍ତ୍ରସମ୍ପନ୍ନ ଦେଶ। ଏହାର ଏକ ନ୍ୟୁକ୍ଲିୟର କମାଣ୍ଡ୍ ରହିଛି। ପ୍ରଧାନମନ୍ତ୍ରୀ ଏହାର ମୁଖ୍ୟ। ତେଣୁ ପ୍ରଧାନମନ୍ତ୍ରୀ ଆବାସ ତଳେ ଏକ ଅତ୍ୟାଧୁନିକ ବଙ୍କର ନିର୍ମାଣ ହୋଇଛି। ଯାହା ପରମାଣୁ ଆକ୍ରମଣ ସମୟରେ କାର୍ଯ୍ୟକ୍ଷମ ରହିପାରିବ। ଏହା ଉପରେ କ୍ଷେପଣାସ୍ତ୍ର ମାଡ଼ କିମ୍ବା ବୋମା ବିସ୍ଫୋରଣର ପ୍ରଭାବ ପଡିବନି। ଜରୁରୀକାଳୀନ ସମୟରେ ଏହି ବଙ୍କରରେ ରହି କିଛିଶହ କର୍ମଚାରୀ କାମ କରିପାରିବେ। ଏପରିକି ଦିଲ୍ଲୀ ଉପରେ ପରମାଣୁ ଆକ୍ରମଣ ସମୟରେ ବଙ୍କରରୁ ନ୍ୟୁକ୍ଲିୟର କମାଣ୍ଡ କାର୍ଯ୍ୟ କରିପାରିବ ସହିତ ପ୍ରତି ଜବାବ ଦେଇପାରିବ। ଏହା କେବଳ ଭାରତ ନୁହେଁ, ଆମେରିକା, ଚୀନ, ଫ୍ରାନ୍ସ ଓ ରୁଷ ଆଦି ପରମାଣୁ ଶକ୍ତିସଂପନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କ ବାସଭବନ ତଳେ ଏପରି ବ୍ୟବସ୍ଥା ରହଛି।

Leave a Reply

Your email address will not be published. Required fields are marked *

Back to top button