Fri. Sep 20th, 2019

ଚନ୍ଦ୍ରଯାନ-୨ ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ : ଇସ୍ରୋ

ନୂଆଦିଲ୍ଲୀ : ଚଳିତ ମାସ ୨୦ ତାରିଖରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠର ନିକଟତର ହେବାକୁ ଥିବା ବେଳେ ଆଗାମୀ ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି।

ଚନ୍ଦ୍ରଯାନ-୨ ସମ୍ପର୍କରେ ସୂଚନା ଦେଇ ଇସ୍ରୋର ଅଧ୍ୟକ୍ଷ କେ ଶିବାନ କହିଛନ୍ତି, ଅଗଷ୍ଟ ୨୦ରେ ଏହା ଚନ୍ଦ୍ର ନିକଟରେ ପହଞ୍ଚିବ। ତେବେ ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ପହଞ୍ଚାଇବାକୁ ଆମେ ଯୋଜନା କରିଛୁ। ସେ କହିଛନ୍ତି ଅଗଷ୍ଟ୧୪ ପରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠର ଖୁବ ନିକଟତର ହୋଇ ସେହିଦିନ ସକାଳୁ ପହଞ୍ଚିବ। ସୂଚନାଯୋଗ୍ୟ ଏହାପୂର୍ବରୁ ଆମେରିକା, ଋଷିଆ ଓ ଚୀନ ଚନ୍ଦ୍ରପୃଷ୍ଠକୁ ଉପଗ୍ରହ ପଠାଇ ସାରିଛନ୍ତି।

Leave a Reply

Your email address will not be published. Required fields are marked *