Tue. Aug 20th, 2019

ଦିଲ୍ଲୀ ବିମାନବନ୍ଦରକୁ ଉଡାଇଦେବାକୁ ଧମକ

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦର ଉଡାଇ ଦିଆଯିବ। ଯଦି ରକ୍ଷା କରିପାରିବ ତ କର। ଫୋନ୍ ଯୋଗେ ଏପରି ଖୋଲିଖୋଲି ଧମକ ମିଳିବ ପରେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ସୁରକ୍ଷାକୁ କଡାକଡି କରାଯାଇଛି।

ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୯ଟା ସମୟରେ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ଟର୍ମିନାଲ-୨କୁ ଏକ ଫୋନ୍ କଲ ଆସିଥିଲା। ଏଥିରେ ଧମକ ଥିଲା ବିମାନବନ୍ଦରକୁ ଉଡାଇ ଦିଆଯିବ। ଏହାପରେ ଆରମ୍ଭ ହୋଇଥିଲା ଯାଞ୍ଚ। ଫୋନ୍ ନମ୍ବରକୁ ଟ୍ରାକ୍ କରି ସେହି ବ୍ୟକ୍ତିଙ୍କୁ ଧରିଥିଲା ପୋଲିସ। କିନ୍ତୁ ଧରାପଡିବା ପରେ ଏଭଳି କୌଣସି ଫୋନ୍ କରିନଥିବା ସେ କହିଥିଲେ। ତେଣୁ ବିମାନବନ୍ଦରର ଯାଞ୍ଚ ସହ ପ୍ରତ୍ୟେକ ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଛି। ପୂର୍ବରୁ ଗୁଇନ୍ଦା ବିଭାଗ ଦିଲ୍ଲୀ ପୋଲିସକୁ ସୂଚନା ଦେଇଛି ସ୍ୱାଧୀନତା ଦିବସରେ ଆତଙ୍କବାଦୀ ମାନେ ଲାଲକିଲ୍ଲା ଓ ଏହାର ପାଖଆଖ ଅଞ୍ଚଳରେ ବଡ ଧରଣର ଆକ୍ରମଣ କରିପାରନ୍ତି। ସେଥିପାଇଁ ଗତକାଲିର ଘଟଣାକୁ ଗୁରୁତ୍ଵ ଦିଆଯାଇଛି।

Leave a Reply

Your email address will not be published. Required fields are marked *