ବିଜେପି ଟିମ୍‌ ସମ୍ବଲପୁର ହିଂସା ଘଟଣାର ତଦନ୍ତ କରିବ

ଭୁବନେଶ୍ଵର : ସମ୍ବଲପୁର ହିଂସାକାଣ୍ଡର ତଦନ୍ତ ପାଇଁ ବିଜେପି ୪ଜଣିଆ ଯାଞ୍ଚ ଟିମ୍‌ ଗଠନ କରିଛି। ଏହି ଟିମ୍‌ କ୍ଷେତ୍ର ପରିଦର୍ଶନ କରି ସତ୍ୟାସତ୍ୟ ଅନୁଧ୍ୟାନ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ରିପୋର୍ଟ ଦେବ।

ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କମିଟି ଗଠନ କରିଛନ୍ତି। ଏଥିରେ ଉତ୍ତର ପ୍ରଦେଶ ରାଜ୍ୟସଭା ସାଂସଦ ବ୍ରଜଲାଲ, ଝାଡ଼ଖଣ୍ଡ ରାଜ୍ୟସଭା ସାଂସଦ ସମୀର ଓରାଓଁ, ଆଦିତ୍ୟ ସାହୁ ଓ ପଶ୍ଚିମବଙ୍ଗ ପୁରୁଲିୟାର ସାଂସଦ ଜ୍ୟୋର୍ତିମୟ ସିଂ ସଦସ୍ୟ ରହିଛନ୍ତି। ଏହି ଟିମ୍‌ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରି ରିପୋର୍ଟ ପ୍ରଦାନ କରିବ।

ସୂଚନାଯୋଗ୍ୟ କିଛିଦିନ ତଳେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଚିଠିଲେଖିଥିଲେ। ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାକାଣ୍ଡର ତଦନ୍ତ ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସି (ଏଏନଆଇ) ଦ୍ୱାରା କରାଇବାକୁ ଦାବି କରିଥିଲେ। ରାଜ୍ୟର ବହୁ ବିଜେପି ବିଧାୟକ ଓ ସାଂସଦ ମଧ୍ୟ ମନମୋହନ ସାମଲଙ୍କ ଦାବିକୁ ସମର୍ଥନ ଜଣାଇଥିଲେ।

Leave a Reply

Your email address will not be published. Required fields are marked *

Back to top button