ଗୋଳାବାରୁଦ କାରଖାନା ବିସ୍ଫୋରଣରେ ୨ ଗୁରୁତର

ବଲାଙ୍ଗିର : ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ଘଟି ଦୁଇଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ବରିଷ୍ଠ ଟେକ୍ନିସିଆନ ଡି. ବି.ଡ଼ବ୍ଲୁ ଗୌତମ ମହାନନ୍ଦ ଓ ଜଏଣ୍ଟ ୱାର୍କ ମ୍ୟାନେଜର ସରୋଜ କୁମାର ପଣ୍ଡା।

ଖବର ଅନୁଯାୟୀ ଶୁକ୍ରବାର ୟୁନିଟ-୩ରେ ଗୋଳାବାରୁଦ କାରଖାନାରେ ବୋମା ତିଆରି ପାଇଁ କେମିକାଲ ମିଶ୍ରଣ କରାଯାଉଥିଲା। ସେହି ସମୟରେ କୌଣସି କାରଣରୁ ହଠାତ ବିସ୍ଫୋରଣ ଘଟିଥିଲା। ଏଥିରେ ଗୌତମ ଓ ସରୋଜ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ବଡ଼ମାଳର ଆୟୁଧ ନିର୍ମାଣ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।
ଗୌତମଙ୍କ ଦୁଆଖି ଓ ଗୋଟିଏ ହାତ ଏବଂ ସରୋଜଙ୍କର ଗୋଟିଏ ଆଖି ଓ ଦୁଇଟି ହାତରେ ଆଘାତ ଲାଗିଥିବା ବେଳେ ଉଭୟଙ୍କ ଶରୀର ୮୦ ପ୍ରତିଶତ ପୋଡ଼ିଯାଇଛି।

Leave a Reply

Your email address will not be published. Required fields are marked *

Back to top button