Tue. Aug 20th, 2019

ଏଣିକି ବିଦ୍ୟାଳୟରେ ଗଣିତ, ବିଜ୍ଞାନ ଓ ଇଂରାଜୀ କ୍ଲାସ ସମୟ ଦେଢଘଣ୍ଟା, ପ୍ରଥମ ଶ୍ରେଣୀ ପାଠ୍ୟକ୍ରମରେ ସାମିଲ ହେବ ଇଂରାଜୀ

ଭୁବନେଶ୍ଵର : ଏଣିକି ଗଣିତ, ବିଜ୍ଞାନ ଓ ଇଂରାଜୀ କ୍ଲାସ ୪୫ ମିନିଟ୍ ବଦଳରେ ଦେଢ ଘଣ୍ଟା ହେବ। ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଲାଗୁ ହେବ ନୂଆ ନିୟମ। ପ୍ରଥମ ଶ୍ରେଣୀ ପାଠ୍ୟକ୍ରମରେ ଇଂରାଜୀ ବିଷୟକୁ ସାମିଲ କରାଯିବ। ଚଳିତ ବର୍ଷରୁ ପ୍ରତି ଜିଲ୍ଲାର ଗୋଟିଏ ସ୍କୁଲରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଏପରି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ।

ମଙ୍ଗଳବାର ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଓଡିଆ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଇଂରାଜୀ, ଗଣିତ ଓ ବିଜ୍ଞାନରେ ପଛେଇ ଯାଉଛନ୍ତି। ସେଥିପାଇଁ ଏସବୁ ବିଷୟର କ୍ଳାସ ଦେଢଘଣ୍ଟା ହେବ। କେବଳ ସେତିକି ନୁହେଁ ପ୍ରଥମ ଶ୍ରେଣୀ ପାଠ୍ୟକ୍ରମରେ ରହିବ ଇଂରାଜୀ ବିଷୟ। ଶିକ୍ଷାରେ ସଂସ୍କାର ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛି। ଚଳିତ ଶିକ୍ଷାବର୍ଷରୁ ପ୍ରତି ଜିଲ୍ଲାରେ ଗୋଟିଏ ବିଦ୍ୟାଳୟରେ ପରୀକ୍ଷାମୂଳକ ଟ ଭାବେ ଏହାକୁ କାର୍ଯ୍ୟକାରୀ କରାଯିବ। ଏଥିରେ ସଫଳତା ମିଳିଲେ ରାଜ୍ୟର ସବୁ ସ୍କୁଲରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।

Leave a Reply

Your email address will not be published. Required fields are marked *