ରାଜନଗର : ବ୍ରାହ୍ମଣୀ ନଦୀ ଉପରେ ଖୁବ୍ ଶୀଘ୍ର ନିର୍ମାଣ ହେବ ବିଜୁ ସେତୁ

ପଟ୍ଟାମୁଣ୍ଡାଇ : ବ୍ରାହ୍ମଣୀ ନଦୀ ଉପରେ ଖୁବଶୀଘ୍ର ବିଜୁ ସେତୁ ନିର୍ମାଣ ହେବ। ଦୁଇଦିନଆ କେନ୍ଦ୍ରାପଡା ଗସ୍ତ କାଳରେ ଏହି ପ୍ରତିଶ୍ରୁତି ଦେଇଛନ୍ତି ୫-ଟି ସଚିବ ଭି କେ ପାଣ୍ଡିଆନ୍। ଏଥିସହ ଆଜି ଆଳି ଓ ରାଜନଗର ଅଞ୍ଚଳର ବିଭିନ୍ନ ସ୍ଥାନ ବୁଲି ଦେଖିବା ସହିତ ସରକାରୀ କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି।

ଖବର ଅନୁଯାୟୀ ଶୁକ୍ରବାର ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ରାଜନଗର ବ୍ଲକର କେରଡାଗଡ ବାୟାବାବା ଆଶ୍ରମକୁ ଯାଇଥିଲେ। ଗତକାଲିର ଡଙ୍ଗାବୁଡି ଘଟଣାକୁ ନେଇ ସ୍ଥାନୀୟ ଲୋକେ ତାଙ୍କୁ ଭେଟି ପୋଲ ପାଇଁ ଦାବି ପତ୍ର ପ୍ରଦାନ କରିଥିଲେ। ସେ ଦାବିପତ୍ର ଗ୍ରହଣ କରିବା ସହ ବ୍ରାହ୍ମଣୀ ନଦୀ ଉପରେ ଖୁବ୍ ଶୀଘ୍ର ବିଜୁ ସେତୁ ନିର୍ମାଣ କରାଯିବ ଓ ଆସନ୍ତା ଦୁଇମାସ ମଧ୍ୟରେ ପୋଲ କାମ ଆରମ୍ଭ ହେବ ବୋଲି କହିଛନ୍ତି।

ଏହାବ୍ୟତୀତ ଶ୍ରୀ ପାଣ୍ଡିଆନ୍ ରାଜନଗର ବ୍ଲକର ବଡ଼ପଲ୍ଲି ଉଚ୍ଚବିଦ୍ୟାଳୟ, ମେଡ଼ିକାଲ ଓ ମିଶନ ଶକ୍ତି ଦ୍ୱାରା ପରିଚାଳିତ ଶକ୍ତି ମିଲ୍କ ଡାଇରି ଫାର୍ମ ପରିଦର୍ଶନ କରିଛନ୍ତି। ରାଜନଗର ବ୍ଲକର ଜଗନ୍ନାଥ ମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସେହିପରି ବଗପାଟିଆରେ ମା’ ପଂଚୁବରାହୀଙ୍କ ପୀଠରେ ମା’ଙ୍କ ଆଶୀର୍ବାଦ ନେଇଥିବା ବେଳେ ଆଗାମୀ ଦିନରେ ମନ୍ଦିରକୁ ନୂଆ ରୂପ ଦେବା ସହ ବିକାଶମୂଳକ କାମ ଆରମ୍ଭ ହେବେବୋଲି ଶ୍ରୀ ପାଣ୍ଡିଆନ୍ କହିଛନ୍ତି। ତାଙ୍କ ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବଡ ପ୍ୟାକେଜ ଘୋଷଣା କରିବେ।

Leave a Reply

Your email address will not be published. Required fields are marked *

Back to top button