Tue. Aug 20th, 2019

ବନ୍ୟାସ୍ଥିତି ସମୀକ୍ଷା: ନଦୀକୂଳିଆ ୬ ଜିଲ୍ଲାପାଳଙ୍କୁ ପେଟ୍ରୋଲିଂ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲାରେ ବର୍ଷା ଜାରି ରହିଥିବାରୁ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାସ୍ତାରେ ଚ୍ଲୁଛି ପାଣି। ଜଳବନ୍ଦୀ ହୋଇଛନ୍ତି ଲୋକେ। ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାରେ ଏଭଳି ଅବସ୍ଥା ଦେଖାଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବର୍ଷା ଓ ବନ୍ୟାର ସ୍ଥିତିର ସମୀକ୍ଷା କରିଛନ୍ତି। ଲୋକସେବା ଭବନରୁ ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ସଂପୃକ୍ତ ଜିଲ୍ଲାପାଳଙ୍କ ସହ କରିଛନ୍ତି ଆଲୋଚନା।

ଆସନ୍ତା ୧୫ ତାରିଖ ସକାଳେ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେବ। ହୀରାକୁଦ ଜଳଭଣ୍ଡାରରୁ ବୁଧବାର ବନ୍ୟାଜଳ ନିଷ୍କାସନ ପରେ ୧୦ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବାର ସମ୍ଭାବନ ରହିଛି। ସେଥିପାଇଁ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ନୟାଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ନଦୀକୂଳିଆ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *