ବରିଷ୍ଠ ନାଗରିକଙ୍କୁ ଟ୍ରେନ ଟିକେଟରେ ରିହାତି ମିଳିବନି

ନୂଆଦିଲ୍ଲୀ : ଦେଶର ବରିଷ୍ଠ ନାଗରିକମାନଙ୍କୁ ରେଳ ଟିକେଟରେ ରିହାତି ମିଳିବନାହିଁ। ଏହାକୁ ପୁନଃ ଲାଗୁ କରିବା ପାଇଁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

ଖବର ଅନୁଯାୟୀ ସୁପ୍ରିମକୋର୍ଟରେ ଏମ୍ କେ ବାଲକ୍ରିଷ୍ଣନ ଆବେଦନ କରିଥିଲେ ବରିଷ୍ଠ ନାଗରିକମାନଙ୍କୁ ଦିଆଯାଉଥିବା ଟ୍ରେନ ଟିକେଟରେ ରିହାତି ପୁଣି ଲାଗୁ କରାଯାଉ। ଏହି ଆବେଦନର ଶୁଣାଣି କରିଥିଲେ ଜଷ୍ଟିସ୍ ଏସ୍ କେ କୌଲ ଓ ଜଷ୍ଟିସ ଏହସାନୁଦ୍ଦିନ ଅମାନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ। ଆଉ ରାୟରେ କହିଛନ୍ତି ଏହି ରିହାତିକୁ ପୁଣି ଲାଗୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେବା ଉଚିତ ହେବ ନାହିଁ। ବରିଷ୍ଠ ନାଗରିକମାନଙ୍କ ସୁବିଧା ଓ ରାଜସ୍ଵ ଉପରେ ରିହାତିର ପ୍ରଭାବକୁ ବିଚାରକୁ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇପାରିବେ।

ସୂଚନାଯୋଗ୍ୟ ୨୦୨୦ କରୋନା ସମୟରେ ରେଳ ମନ୍ତ୍ରଣାଳୟ ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା ଭଡ଼ା ରିହାତିକୁ ବନ୍ଦ କରିଦେଇଥିଲା। ଯାହା ଆଉ ଲାଗୁ କରାଯାଇନାହିଁ।

Leave a Reply

Your email address will not be published. Required fields are marked *

Back to top button