Tue. Aug 20th, 2019

କଶ୍ମୀର : ଅକ୍ଟୋବରରେ ବିଶ୍ୱ ନିବେଶକ ସମ୍ମିଳନୀ

ନୂଆଦିଲ୍ଲୀ : ସରକାର ଜମ୍ମୁ ଓ କଶ୍ମୀରର ବିକାଶ ପାଇଁ ଦେଶୀ ଓ ବିଦେଶୀ ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ଯୋଜନା କରିଛନ୍ତି। ଆସନ୍ତା ଅକ୍ଟୋବର ୧୨ରୁ ୧୪ ପର୍ଯ୍ୟନ୍ତ ଶ୍ରୀନଗରରେ ହେବ ଗ୍ଲୋବାଲ ଇନଭେଷ୍ଟର୍ସ ମିଟ। ରାଜ୍ୟର ପ୍ରମୁଖ ଶାସନ ସଚିବ ନବୀନ ଚୌଧୁରୀ ଏ ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହା ମାଧ୍ୟମରେ ଜମ୍ମୁ ଓ କଶ୍ମୀରକୁ ଭରଷାଯୋଗ୍ୟ ପୁଞ୍ଜିନିବେଶସ୍ଥଳୀ ଭାବେ ପ୍ରଦର୍ଶିତ କରାଯିବ। ଏହି ସମ୍ମିଳନୀରେ ଯୋଗ ଦେବାକୁ ଦେଶ ବିଦେଶର ବଡ଼ ବଡ଼ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରାଯିବ। ଏହା ମାଧ୍ୟମରେ ନିବେଶକଙ୍କ ମନରେ ରହିଥିବା ଭୟ ଓ ଆଶଙ୍କାକୁ ଦୂର କରାଯାଇ ପାରିବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତି ଉଦ୍ଦେଶ୍ୟରେ ନିଜର ଅଭିଭାଷଣରେ କଶ୍ମୀର ବିକାଶ ଲାଗି ପୁଞ୍ଜିନିବେଶ କରିବାକୁ ନିବେଶକମାନଙ୍କୁ ଆମନ୍ତ୍ରଣ ଜଣାଇଥିଲେ। ଏହା ସହିତ ଚଳଚ୍ଚିତ୍ର ଶିଳ୍ପକୁ ମଧ୍ୟ ସେ ଆମନ୍ତ୍ରଣ କରିଥିଲେ ।

Leave a Reply

Your email address will not be published. Required fields are marked *