Tue. Aug 20th, 2019

ଜମ୍ମୁ-କାଶ୍ମୀର ପ୍ରସଙ୍ଗ: କଟକଣା ଉଚ୍ଛେଦ ନେଇ ସୁପ୍ରିମକୋର୍ଟ ରୁଲିଂ ଦେଲେନି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଲାଗୁ ହୋଇଥିବା କଟକଣାକୁ ଉଠାଇବା ପାଇଁ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ଆଗତ ହୋଇଥିଲା। ସୁପ୍ରିମକୋର୍ଟ ଆଜି ଏହାର ଶୁଣାଣି କରିଥିଲେ ହେଁ କଟକଣା ଉଚ୍ଛେଦ ନେଇ କୌଣସି ରୁଲିଂ ଦେଇ ନାହାନ୍ତି। ଜମ୍ମୁ-କଶ୍ମୀରରେ ସ୍ୱାଭାବିକ ସ୍ଥିତି ଫେରିବା ଯାଏ ସମସ୍ତେ ଅପେକ୍ଷା କରିବାକୁ କୋର୍ଟ କହିଛନ୍ତି। ତରବରିଆ ଭାବେ ଜମ୍ମୁ-କଶ୍ମୀର ପରିସ୍ଥିତିରେ ହସ୍ତକ୍ଷେପ କରିବା ଠିକ୍‌ ନୁହେଁ। ଏଥିସହ ମାମଲା ଶୁଣାଣି ଆସନ୍ତା ୨ ସପ୍ତାହ ପରେ ହେବ ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ଜମ୍ମୁ-କଶ୍ମୀରରେ ମୋବାଇଲ, ଇଣ୍ଟରନେଟ୍‌ ଓ ଲ୍ୟାଣ୍ଡ ଲାଇନ୍‌ ଉପରେ କଟକଣା ଲାଗୁ ହୋଇଛି। ଏଥିସହ ବକ୍ରି ଇଦ୍‌ ପୂର୍ବରୁ ଓ ପରେ ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି। ଏହାକୁ ତୁରନ୍ତ ଉଚ୍ଛେଦ କରିବାକୁ କଂଗ୍ରେସ ନେତାଙ୍କ ସମେତ ଏକାଧିକ ରାଜନୀତିକ ଦଳ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା।

Leave a Reply

Your email address will not be published. Required fields are marked *