ପୁଟିନ୍‌ଙ୍କ ହତ୍ୟା ଯୋଜନାରେ ୟୁକ୍ରେନ ବିଫଳ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ୍‌ ଯୁଦ୍ଧ ଜାରି ରହିଛି। ଉଭୟ ସେନାଙ୍କ ମଧ୍ୟରେ ଚାଲିଛି ଆକ୍ରମଣ ଓ ପ୍ରତି ଆକ୍ରମଣ। ଏଭଳି ଏକ ଘଡିସନ୍ଧି ସମୟରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିସ୍ଫୋରକ ଭର୍ତ୍ତି ଡ୍ରୋନରେ ହତ୍ୟା କରିବାକୁ ୟୁକ୍ରେନ୍‌ ଉଦ୍ୟମ କରିଥିଲେ ହେଁ ଅସଫଳ ହୋଇଛି। ସେଥିପାଇଁ ୟୁକ୍ରେନ୍‌ ଉପରେ ରୁଷ କ୍ଷେପଣାସ୍ତ୍ର ମାଡ କରି ଚାଲିଛି।

ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିସ୍ଫୋରକ ଭର୍ତ୍ତି ଡ୍ରୋନରେ ହତ୍ୟା କରିବାକୁ ୟୁକ୍ରେନ ଉଦ୍ୟମ କରିଥିଲା। ଏହି ଡ୍ରୋନରେ ଥିଲା ୧୭ କିଲୋଗ୍ରାମ ବିସ୍ଫୋରକ। ନୂତନ ନିର୍ମିତ ଶିଳ୍ପ ପାର୍କ ପରିଦର୍ଶନ ସମୟରେ ପୁଟିନଙ୍କୁ ହତ୍ୟା କରାଯିବାକୁ ଯୋଜନା ହୋଇଥିଲା ୟୁକ୍ରେନ୍‌। କିନ୍ତୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ରୁଷର ରାଜଧାନୀ ମସ୍କୋ ନିକଟ ନୋଜିନସ୍କ ଜଙ୍ଗଲରୁ ୟୁଜେ-୨୨ ଡ୍ରୋନ୍ ମିଳିଥିଲା। ସେଥିରେ ୧୭ କିଲୋଗ୍ରାମ ସି୪ ପ୍ଲାଷ୍ଟିକ୍ ବିସ୍ଫୋରକ ଥିଲାବୋଲି ସୂଚନା ରହିଛି।

ଅନ୍ୟପକ୍ଷରେ ୟୁକ୍ରେନ୍‌ କାର୍ଯ୍ୟକର୍ତ୍ତା ୟୁରୀ ରୋମାନେଙ୍କୋ କହିଛନ୍ତି ପୁଟିନଙ୍କ ହତ୍ୟା ପାଇଁ ଡ୍ରୋନ ପଠାଯାଇଥିଲା। ସେ ଟ୍ୱିଟ୍ କରି କହିଛନ୍ତି ଇଣ୍ଡଷ୍ଟ୍ରି ପାର୍କକୁ ପୁଟିନଙ୍କ ଗସ୍ତ ବିଷୟରେ ଆମର ଗୁପ୍ତଚର ଅଧିକାରୀ ସୂଚନା ପାଇଥିଲେ। ହେଲେ ସୂଚନା ପାଇବା ପରେ ପୁଟିନ୍‌ ତାଙ୍କର ଗସ୍ତ କାର୍ଯ୍ୟସୂଚୀ ପରିବର୍ତ୍ତନ କରିବାରୁ ଯୁକ୍ରେନ୍‌ ଯୋଜନା ଅସଫଳ ହୋଇଥିଲା। ତେବେ ଡ୍ରୋନ୍‌ ପଡ଼ିଥିବା ସ୍ଥାନରେ ଲା, ବିସ୍ଫୋରକ ବିଶେଷଜ୍ଞମାନେ ପହଞ୍ଚି ଅନୁଧ୍ୟାନ କରୁଥିଲେ ହେଁ ୟୁକ୍ରେନ୍‌ ପକ୍ଷରୁ କୌଣସି ସରକାରୀ ବିବୃତି ପ୍ରକାଶ କରାଯାଇନାହିଁ।

Leave a Reply

Your email address will not be published. Required fields are marked *

Back to top button