ଟ୍ରକ୍‌ ଧକ୍କାରେ ସ୍ୱାମୀ-ସ୍ତ୍ରୀ ମୃତ

କଣ୍ଟାବାଞ୍ଜି : ତୁରେକେଲା ଅଞ୍ଚଳରେ ଅଘଟଣ। ଗର୍ଭବତୀ ପତ୍ନୀକୁ ଡାକ୍ତରଖାନା ନେଇ ଫେରିବା ବାଟରେ ଉଭୟ ସ୍ଵାମୀ-ସ୍ତ୍ରୀଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ ତୁରେକେଲା ବ୍ଲକ ଗଇନ୍ଦିମାଲର ଅଶୋକ ମାଝୀ ପତ୍ନୀ ଲଲିତା ମାଝୀଙ୍କୁ ନେଇ ଲାଠୋର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଉଥିଲେ। ଗଇନ୍ଦିମାଲ ଗାଁ’ଠାରୁ ମାତ୍ର ଦୁଇ କିମି ଦୂର ଲାନ୍ଥ ନଦୀ ନିକଟରେ ଘଟିଥିଲା ଦୁର୍ଘଟଣା। ତୁରେକେଲାରୁ ରାୟପୁର ଯାଉଥିବା ଏକ ଟ୍ରକ୍‌ ପଛପଟୁ ଧକ୍କା ଦେବାରୁ ଅଶୋକ ଓ ଲଲିତା ଗାଡି ଭିତରକୁ ପଶିଯାଇ ଚାପି ହୋଇ ଯାଇଥିଲେ। ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଟ୍ରକ୍‌ ଡ୍ରାଇଭର ସେଠାରୁ ଫେରାର୍ ହୋଇଯାଇଛି।

Leave a Reply

Your email address will not be published. Required fields are marked *

Back to top button