ବିଜେଡି ନେତା ଭାସ୍କର ରାଓଙ୍କ ନାଁ‌ରେ ସାଂଘାତିକ ଅଭିଯୋଗ

ଭୁବନେଶ୍ଵର : ନକ୍ସଲମାନଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଭାସ୍କର ରାଓ। ଟ୍ରକ ମାଲିକ ସଙ୍ଘ ଏନେଇ ରାୟଗଡ଼ା ଥାନାରେ ଏତଲା ଦେଇଥିବା କହିଛନ୍ତି କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ୱର ବେହେରା।

ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣେଶ୍ୱର ବେହେରା କହିଛନ୍ତି ସରକାର ନକ୍ସଲ ବିରୋଧରେ ଲଢ଼ୁଛନ୍ତି କହୁଥିବା ବେଳେ ତାଙ୍କ ଦଳର ନେତା ନକ୍ସଲମାନଙ୍କୁ ବଟି ଆଦାୟ କରି ସହାୟତା ଦେଉଛନ୍ତି। ସେ କହିଲେ ୨୦୨୨ରେ ଓଡ଼ିଶାରେ ୧୨ଟି ସ୍ଥାନରେ ନକ୍ସଲ ହିଂସା ଘଟିଛି ବୋଲି ଶ୍ୱେତପତ୍ରରେ ସରକାର କହିଛନ୍ତି। ୭ଜଣ ମାଓବାଦୀଙ୍କୁ ହତ୍ୟା ଓ଼ ୧୨ଜଣଙ୍କୁ ଗିରଫ କରାଯାଇଥିବା କଥା ମଧ୍ୟ ଉଲ୍ଲେଖ କରାଯାଇଛି। ସାଧାରଣ ଲୋକଙ୍କ ପାଇଁ ଆଇନର ଗୋଟେ ବାଟ ଓ ସରକାରୀ ଦଳ ପାଇଁ ଆଇନର ଆଉ ଗୋଟିଏ ବାଟ। ତେଣୁ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯିବାକୁ ସେ ଦାବି କରିଛନ୍ତି।

ଶ୍ରୀ ବେହେରା କହିଲେ ଭାସ୍କର ରାଓ ଟ୍ରକ ମାଲିକମାନଙ୍କୁ ଘରକୁ ଡାକି ନକ୍ସଲମାନଙ୍କୁ ଚାନ୍ଦା ଦିଆଯିବ ବୋଲି କହି ଟଙ୍କା ମାଗିଛନ୍ତି। ଏନେଇ ଟ୍ରକ ମାଲିକ ସଙ୍ଘ ରାୟଗଡ଼ା ଥାନାରେଏତଲା ଦେଇଛି। ସଂଘର କର୍ମକର୍ତ୍ତା ଗତ ୪୦ ବର୍ଷ ଧରି ନକ୍ସଲ ନାଁରେ ଟ୍ରକ ମାଲିକଙ୍କଠାରୁ ଟନ୍ ପିଛା ୫୦ ଟଙ୍କା ଲେଖାଏଁ ଆଦାୟ ହେଉଥିବା ଏତଲା ଦର୍ଶାଇଛନ୍ତି।ହେଲେ ପୋଲିସ କାହିଁକି ନୀରବ ? ଆଇନ ତା ବାଟରେ ଯାଉଛି କି ବୋଲି ଶ୍ରୀ ବେହେରା ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button