ପ୍ରକାଶ ପାଇଲା ଜେଇଇ (ମେନ୍) ପରୀକ୍ଷା ଫଳ : ପ୍ରିୟଙ୍କା ସର ଓଡ଼ିଶା ଟପ୍ପର

ଭୁବନେଶ୍ଵର : ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ (ମେନ) ସେସନ-୨ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ପ୍ରିୟଙ୍କା ସର ହୋଇଛନ୍ତି ଓଡିଶା ଟପ୍ପର।

ଖବର ଅନୁଯାୟୀ ସର୍ବଭାରତୀୟ ସ୍ତରରେ ୪୩ ପରିକ୍ଷାର୍ଥୀ ୧୦୦ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨.୫ ଲକ୍ଷ ପରୀକ୍ଷାର୍ଥୀ ଜେଇଇ (ଆଡଭାନ୍ସଡ୍ ) ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ତେଲେଙ୍ଗାନାର ସିଙ୍ଗରାଜୁ ଭେଙ୍କଟ କୁଣ୍ଡିନ୍ୟ ସର୍ବଭାରତ ସ୍ତରରେ ଟପ୍ପର ହୋଇଛନ୍ତି। ଆନ୍ଧ୍ରପ୍ରଦେଶର କାଲ୍ଲାକୁରି ସାଇନାଥ ଶ୍ରୀମନ୍ତ ୨ୟ ସ୍ଥାନ ହାସଲ କରିଥିବା ବେଳେ ରାଜସ୍ଥାନର ଇଶାନ ଖଣ୍ଡେଲୱାଲ ୩ୟ ସ୍ଥାନରେ ରହିଛନ୍ତି। ଭୁବନେଶ୍ଵରର ଇନଫୋସିଟି ଅଞ୍ଚଳର ପ୍ରିୟଙ୍କା ସର ୯୯.୯୮ ପ୍ରତିଶତ ମାର୍କ ରଖି ଓଡ଼ିଶା ଟପ୍ପର ହୋଇଛନ୍ତି।

ସୂଚନାଯୋଗ୍ୟ ପରୀକ୍ଷାର୍ଥୀମାନେ ଜେଇଇ (ମେନ) ରେଜଲ୍ଟ jeemain.nta.nic.in ରେ କ୍ଲିକ କରି ନିଜର ଆପ୍ଲିକେସନ ନଂ ଓ ଜନ୍ମ ତାରିଖ ଓ ଅନ୍ୟ ବିବରଣୀ ପ୍ରଦାନ କରି ପାଇପାରିବେ।

Leave a Reply

Your email address will not be published. Required fields are marked *

Back to top button