ରାହୁଲଙ୍କ ପରେ ଆଉ ଜଣେ ସାଂସଦଙ୍କ ସଭ୍ୟପଦ ରଦ୍ଦହେବ

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପରେ ଏବେ ଉତ୍ତରପ୍ରଦେଶ ବହୁଜନ ସମାଜବାଦୀ ପାର୍ଟିର ସାଂସଦ ଅଫଜଲ ଅନସାରୀଙ୍କ ପାଳି ପଡିବ। ବିଜେପି ବିଧାୟକ କୃଷ୍ଣନନ୍ଦ ରାୟ ହତ୍ୟା ମାମଲାରେ ଉତ୍ତର ପ୍ରଦେଶର ଗାଜିପୁରର ଏକ କୋର୍ଟ ଆଜି ତାଙ୍କୁ ୪ ବର୍ଷର ଜେଲ ଦଣ୍ଡାଦେଶ ସହିତ ୧ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।

ନିୟମ ଅନୁଯାୟୀ ଜଣେ ସାଂସଦ କୌଣସି ମାମଲାରେ ଦୁଇ କିମ୍ବା ତା’ଠାରୁ ଅଧିକ ବର୍ଷର ଜେଲ ଦଣ୍ଡାଦେଶ ପାଆନ୍ତି ତେବେ ତାଙ୍କ ସାଂସଦ ପଦ ରଦ୍ଦ ହୋଇଯିବ। ମୋଦି ସରନେମ ମାନହାନି ମାମଲାରେ ସୁରତର ଏକ କୋର୍ଟ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ପରେ ତାଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହୋଇଯାଇଥିଲା।

ଖବର ଅନୁଯାୟୀ ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ମୁଖତାର ଅନସାରୀଙ୍କୁ ଅପହରଣ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି କୋର୍ଟ ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏହାର କିଛି ଘଣ୍ଟା ପରେ ଉତ୍ତରପ୍ରଦେଶର ଏକ ଅଦାଲତ ମୁଖତାରଙ୍କ ଭାଇ ତଥା ବହୁଜନ ସମାଜ ପାର୍ଟି ସାଂସଦ ଅଫଜଲ ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ମୁଖତାରଙ୍କୁ ୫ ଲକ୍ଷ ଟଙ୍କା ଓ ଅଫଜଲଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ବିଜେପି ବିଧାୟକ କୃଷ୍ଣାନନ୍ଦ ରାୟ ହତ୍ୟା କାଣ୍ଡରେ ଦୁଇ ଭାଇଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button