Tue. Aug 20th, 2019

ଓଡ଼ିଶାର ଦୁଇ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପକ୍ଷରୁ ପଦକ

ନୂଆଦିଲ୍ଲୀ: ୨୦୧୯ ବର୍ଷ ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ତରଫରୁ ଦେଶର ୯୬ ଜଣଙ୍କୁ ପୋଲିସ ପଦକ ପ୍ରଦାନ କରାଯାଇଛି। ଅନୁସନ୍ଧାନ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଓଡ଼ିଶାର ଦୁଇ ଆରକ୍ଷୀ ଅଧିକ୍ଷକ-ଡଃ କନୱର ବିଶାଲ ସିଂ ଓ ମାଡକାର ସନ୍ଦୀପ ସମ୍ପତଙ୍କୁ ମିଳିଛି ଏହି ପଦକ। ସିବିଆଇରୁ ସର୍ବାଧିକ ୧୫ ଜଣ ପୋଲିସ ପଦକ ପାଇଥିବା ବେଳେ ମହାରାଷ୍ଟ୍ର ପୋଲିସରୁ୧୧ ଜଣ, ଉତ୍ତରପ୍ରଦେଶ ୧୦, କେରଳ ୯, ମଧ୍ୟପ୍ରଦେଶ ୮, ଦିଲ୍ଲୀ ଓ କର୍ଣ୍ଣାଟକ ପୋଲିସରୁ ୬ ଜଣ ପାଇଛନ୍ତି। ଅନ୍ୟମାନେ ବାକି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ପୋଲିସ ପାଇଥିବା ବେଳେ ୧୩ ଜଣ ମହିଳା ପୋଲିସ ପଦାଧିକାରୀଙ୍କୁ ପଦକ ମିଳିଛି।

Leave a Reply

Your email address will not be published. Required fields are marked *