ଆଇପିଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ଵର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇପିଏସ୍‌ ଅଫିସର ସ୍ତରରେ ଏକ ଛୋଟଧରଣର ଅଦଳବଦଳ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶନିବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବରିଷ୍ଠ ଆଇପିଏସ୍‌ ବିନୟତୋଷ ମିଶ୍ରଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ଦାୟିତ୍ୱ ମିଳିଛି। ସେ ଏସ୍‌ସିଆରବି ନିର୍ଦ୍ଦେଶକ ସହ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେହିପରି କମ୍ୟୁନିକେସନ ଡିଜି ଅରୁଣ ରାୟଙ୍କୁ ଗୃହ ବିଭାଗ ଓଏସଡି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଏଚ୍‌ଆରପିସି ସ୍ପେଶାଲ ଡିଜି ସିଦ୍ଧାର୍ଥ ନର୍ଭାଣେଙ୍କୁ ମଧ୍ୟ ଓଏସଡି ଭାବେ ନୂଆ ନିଯୁକ୍ତି ମିଳିଛି।

Leave a Reply

Your email address will not be published. Required fields are marked *

Back to top button