Tue. Aug 20th, 2019

ରାଜ୍ୟ ନିର୍ବାଚନ କମିଶନର ହେଲେ ଆଦିତ୍ୟ ପାଢୀ

ଭୁବନେଶ୍ୱର : ୧୯୮୩ ବ୍ୟାଚର ଆଇଏଏସ ଅଫିସର ତଥା ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ରାଜ୍ୟ ନିର୍ବାଚନ କମିଶନର ନିଯୁକ୍ତ କରାଯାଇଛି । ତାଙ୍କ ନିଯୁକ୍ତିକୁ ମଂଜୁର କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ।

ଶ୍ରୀ ପାଢୀ ନିଜର ସ୍ୱଚ୍ଛ ଭାବମୂର୍ତ୍ତୀ ପାଇଁ ବେଶ ପରିଚିତ। ନିଜ କାର୍ଯ୍ୟକାଳରେ ସେ ରାଜ୍ୟରେ ସିଙ୍ଗିଲ ଓ୍ଵିଣ୍ଡୋ ବ୍ୟବସ୍ଥାର ପ୍ରଭାବୀ ଉପଯୋଗ କରିବା ସହିତ ମେକ ଇନ ଓଡ଼ିଶାର ସଫଳ ଆୟୋଜନ ଓ ଶିଳ୍ପାୟନ ଆଦି ଲାଗି ଗୁୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୨୦୧୦ରୁ ୨୦୧୫ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଦାୟିତ୍ୱରେ ଥିଲେ। ୨୦୧୫ରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ନିଯୁକ୍ତ ହୋଇଥିଲେ। 2020 ଫେବ୍ରୁଆରୀରେ ଅବସର ଗ୍ରହଣ କରିଥାନ୍ତେ।

ଶ୍ରୀ ପାଢୀଙ୍କୁ ମୁଖ୍ୟ ନିର୍ବାଚନ କମିଶନର କରାଯିବା ପରେ ଖୁବ ଶୀଘ୍ର ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବଙ୍କ ନାଁ ଘୋଷଣା ହେବାର ସମ୍ଭାବନାରହିଛି। ବର୍ତ୍ତମାନ ଉନ୍ନୟନ କମିଶନର ଥିବା ଅସିତ ତ୍ରିପାଠୀ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଶ୍ରୀ ପାଢୀ ଆସନ୍ତା ବର୍ଷ ଫେବ୍ରୁଆରୀ ମାସରେ ଅବସର ଗ୍ରହଣ କରିବେ। ଶ୍ରୀ ପାଢୀ ଗତ ୨୦୧୫ରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ନିଯୁକ୍ତ ହୋଇଥିଲେ ।

Leave a Reply

Your email address will not be published. Required fields are marked *