ପାକିସ୍ତାନରେ ମୃତଶରୀର ସହ ଯୌନସମ୍ପର୍କ

ଲଜ୍ଜା ଓ ଆଶ୍ଚର୍ଯ୍ୟଜନକ ଖବର। ମୃତ ଶରୀର ସହିତ ଯୌନସମ୍ପର୍କ ସ୍ଥାପନ କରୁଛନ୍ତି ଦୁର୍ବୁତ୍ତ। ସେଥିପାଇଁ କବରରେ ପଡୁଛି ତାଲା। ଏପରି ଘଟଣା ପାକିସ୍ତାନରେ ବୃଦ୍ଧି ପାଉଥିବା ଜଣାପଡିଛି।

janatakhabar.in

ଗଣମାଧ୍ୟମର ଖବର ଅନୁଯାୟୀ ପାକିସ୍ତାନ ଏବେ କାଙ୍ଗାଳ। ବୈଦେଶିକ ମୁଦ୍ରାପାଣ୍ଠି ଶେଷ ହୋଇଯାଇଥିବା ବେଳେ କୌଣସି ରାଷ୍ଟ୍ର ଋଣ ଦେବାକୁ ରାଜି ହେଉନାହାନ୍ତି। ଏଭଳି ସ୍ଥିତିରେ ସୃଷ୍ଟି ହୋଇଛି ଖାଦ୍ୟଭାବ। ଦରଦାମ ଆକାଶଛୁଆଁ ହୋଇଛି। ଲୋକଙ୍କ ପକ୍ଷେ ଦିନକୁ ଦୁଇଓଳି ଖାଇବା ସମ୍ଭବ ହେଉନି। ଆଉ ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହା ମଧ୍ୟ ଲଜ୍ଜାଜନକ।

ପାକିସ୍ତାନରେ ନେକ୍ରୋଫିଲିଆ ଅର୍ଥାତ ମୃତ ଶରୀର ସହ ଯୌନସମ୍ପର୍କ ସ୍ଥାପନ ମାମଲା ବୃଦ୍ଧି ପାଉଛି। ଏଭଳି କିଛି ମାମଲା ପାକିସ୍ତାନରେ ବହୁବାର ଦେଖିବାକୁ ମିଳିବା ପରେ ଏବେ କବରରେ ତାଲା ଲାଗୁଛି। ଏପରିକି ପରିବାର ଲୋକେ ମୃତ ଝିଅର କବର ଚାରିପଟେ ସିମେଣ୍ଟ କାନ୍ଥ ସହ ସବୁଜ ରଙ୍ଗର ଗ୍ରୀଲ ଲଗାଉଥିବାର କିଛି ଫଟୋ ଅର୍ନ୍ତଜାତୀୟ ଗଣମାଧ୍ୟମରେ ସାମ୍ନାକୁ ଆସିଛି। ଏସବୁ ଘଟଣା ପାଇଁ ସ୍ଥାନୀୟ ବାସିନ୍ଦା ପାକିସ୍ତାନର କଠୋରପନ୍ଥି ବିଚାରଧାରାକୁ ଦାୟୀ କରିଛନ୍ତି।

ପାକିସ୍ତାନରେ ନେକ୍ରୋଫିଲିଆର ପ୍ରଥମ ଘଟଣା ୨୦୧୧ ମସିହାରେ ଲୋକଲୋଚନାକୁ ଆସିଥିଲା। କବରସ୍ଥାନକୁ ଜଗୁଥିବା କର୍ମଚାରୀ ମହମଦ ରିଜବାନଙ୍କୁ କରାଚୀରୁ ଗିରଫ କରାଯାଇଥିଲା। ଏହାର କାରଣ ହେଲା ତାଙ୍କ ନାମରେ ରହିଥିଲା ୪୮ଜଣ ମୃତ ଯୁବତୀଙ୍କ ସହ ଦୁର୍ଷ୍କମ କରିଥିବା ଅଭିଯୋଗ। ଏହାବ୍ୟତୀତ ପାକିସ୍ତାନ ମାନବାଧିକାର କମିଶନ ରିପୋର୍ଟ ତଥ୍ୟ କହୁଛି ଦେଶରେ ୪୦ପ୍ରତିଶତ ମହିଳା କୌଣସ ନା କୌଣସି କାରଣରୁ ହିଂସା ଓ ଦୁର୍ଷ୍କମର ଶିକାର ହେଉଛନ୍ତି। ଏହି ଘଟଣା ଉପରେ ପାକିସ୍ତାନ ସରକାର କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଡେଲି ଟାଇମସ ରିପୋର୍ଟରେ ପ୍ରତି ଦୁଇଘଣ୍ଟାରେ ପାକିସ୍ତାନରେ ଜଣେ ମହିଳାଙ୍କ ସହ ଦୁର୍ଷ୍କମ ଘଟଣା ଘଟୁଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button