Mon. Nov 18th, 2019

ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ମୋଦୀ: ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵିତୀୟ ଥର କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ମୋଦୀଙ୍କ କାମ କରିବା ଶୈଳୀକୁ ଲୋକ ପସନ୍ଦ କରୁଛନ୍ତି। ଲୋକପ୍ରିୟତାରେ ସେ ଦେଶର ବହୁ ନେତାଙ୍କଠାରୁ ରହିଛନ୍ତି ଆଗରେ। ଇଣ୍ଡିଆଟୁଡ଼େ ଓ କାରବି ଇନସାଇଟ ପକ୍ଷରୁ କରାଯାଇଥିବା ସର୍ଭେରେ ଏହା କୁହାଯାଇଛି। ଏପରିକି ଲୋକପ୍ରିୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ଅଟଳ ବିହାରୀ ବାଜପେୟୀଙ୍କୁ ଟପି ଯାଇଛନ୍ତି।

ସର୍ଭେ ଅନୁଯାୟୀ ମୋଦୀ ୩୭ ପ୍ରତିଶତ ଭୋଟ ପାଇଥିବାବେଳେ ଇନ୍ଦିରା ଗାନ୍ଧୀ ମିଳିଛି ୧୪ ପ୍ରତିଶତ ଭୋଟ। ୧୨୧୨୬ ଜଣ ଲୋକଙ୍କୁ ସର୍ଭେରେ ସାମିଲ କରାଯାଇଥିବା ବେଳେ ଏଥିରୁ ରହିଛନ୍ତି ୬୭ ପ୍ରତିଶତ ଗ୍ରାମୀଣ ଓ ୩୩ ପ୍ରତିଶତ ସହରାଂଚଳର ଲୋକ। ଏହି ସର୍ଭେ ୧୯ଟି ରାଜ୍ୟର ୯୭ ସଂସଦୀୟ କ୍ଷେତ୍ର ଓ ୧୯୪ଟି ବିଧାନସଭା କ୍ଷେତ୍ରକୁ ସାମିଲ କରାଯାଇଥିଲା ଦର୍ଶାଯାଇଛି। ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ ଓ ଓଡିଶା ଭଳି କିଛି ରାଜ୍ୟରେ ସର୍ଭେ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଜମ୍ମୁକାଶ୍ମୀରରୁ ୩୭୦ ଉଚ୍ଛେଦ ପୂର୍ବରୁ ଏହି ସର୍ଭେ କରାଯାଇଥିଲା।

Leave a Reply

Your email address will not be published. Required fields are marked *