Mon. Nov 18th, 2019

ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗିଥିବା କୋଠା ଭଙ୍ଗାହେବ

ଭୁବନେଶ୍ଵର : ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରିକୁ ଲାଗିଥିବା କୋଠାଗୁଡ଼ିକ ଭଙ୍ଗାଯିବ। ଚଳିତ ମାସ ୧୯ ତାରିଖରୁ ଆରମ୍ଭ ହେବ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା। ୭ରୁ ଅଧିକ କୋଠା ଭଙ୍ଗାଯିବାକୁ ଥିବାବେଳେ ଶ୍ରୀମନ୍ଦିର ସହିତ ଜଡ଼ିତ ଥିବା କିଛି ମଠକୁ ବାଦ୍‌ ଦିଆଯିବ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ମେଘନାଦ ପାଚେରୀକୁ ଲାଗି ରହିଥିବା ସିଂହଦ୍ୱାର ନିକଟସ୍ଥ ସୂଚନାକେନ୍ଦ୍ର, ବିଦ୍ୟୁତ ସବ୍‌ଷ୍ଟେସନ୍‌, ଟଏଲେଟ, ପମ୍ପ ହାଉସ ଆଦିକୁ ଉଚ୍ଛେଦ କରାଯିବ। ତା’ସହ ପାଚେରୀକୁ ଲାଗିଥିବା ସମସ୍ତ ଦୋକାନ ମଧ୍ୟ ଉଚ୍ଛେଦ ହେବ। ତେବେ ଛାଉଣୀମଠ, ବଡଛତା ମଠ, ରାମଦୟା ପରିଷଦ ଆଦି ଶ୍ରୀମନ୍ଦିର ସହ ଜଡିତ ମଠମନ୍ଦିର ଭଙ୍ଗାଯିବ ନାହିଁ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିକୁ କେଉଁ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ତାହାର ନିଷ୍ପତ୍ତି ହୋଇନାହିଁ।

Leave a Reply

Your email address will not be published. Required fields are marked *