Mon. Nov 18th, 2019

‘ଗାର୍ଡ ଅଫ୍ ଅନର’ ବ୍ୟବସ୍ଥା ଉଚ୍ଛେଦ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟରେ ପ୍ରଚଳିତ ହେଉଥିବା ‘ଗାର୍ଡ ଅଫ୍‌ ଅନର’ ବ୍ୟବସ୍ଥାକୁ ଉଚ୍ଛେଦ ହେବ। ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେବଳ ସାଧାରଣତନ୍ତ୍ର ଦିବସ, ସ୍ଵାଧୀନତା ଦିବସ ଓ ଉତ୍କଳ ଦିବସ ପାଳନ ଅବସରରେ ନିମନ୍ତ୍ରଣ କରାଯାଇଥିବା ମୁଖ୍ୟ ଅତିଥିମାନଙ୍କୁ ‘ଗାର୍ଡ ଅଫ୍‌ ଅନର’ ଦିଆଯିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପୂର୍ବରୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସରକାରୀ ପଦାଧିକାରୀମାନଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଉଥିଲା। ତେବେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଲୋକାୟୁକ୍ତ, ସୁପ୍ରିମକୋର୍ଟ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ କ୍ଷେତ୍ରରେ ଏହା ପୂର୍ବଭଳି ଲାଗୁ ହେବ।

Leave a Reply

Your email address will not be published. Required fields are marked *