ମେଡିକାଲ କଲେଜ ପ୍ରଫେସରଙ୍କ ଦରମା ବଢିଲା

ଭୁବନେଶ୍ଵର : ରାଜ୍ୟ ସରକାର ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ବରିଷ୍ଠ ରେସିଡେନ୍ସ, କନିଷ୍ଠ ରେସିଡେନ୍ସ ଓ ଟ୍ୟୁଟରମାନଙ୍କ ଦରମା ବୃଦ୍ଧି କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତଙ୍କ ଦ୍ୱାରା ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି।

ଶନିବାର ଜାରି ନିର୍ଦ୍ଦେଶନାମା ଅନୁଯାୟୀ ଦୁର୍ଗମ ଅଂଚଳରେ କାର୍ଯ୍ୟ କରୁଥିବା ମେଡିକାଲ କଲେଜ ପ୍ରଧ୍ୟାପକମାନଙ୍କୁ ସ୍ଥାନଆଧାରିତ ପ୍ରୋତ୍ସାହନ ରାଶି ଦିଆଯିବ। ସେହିପରି ନୂତନ ଖୋଲୁଥିବା ମେଡିକାଲ କଲେଜଗୁଡ଼ିକରେ ଉଚ୍ଚଶିକ୍ଷିତ ଅଧ୍ୟାପକମାନଙ୍କୁ ଆକୃଷ୍ଟ କରିବା ଲାଗି ସରକାର ଦରମା ବୃଦ୍ଧି କରିଛନ୍ତି।

ସ୍ଥାନ ଆଧାରିତ ପ୍ରୋତ୍ସାହନ ପାଇଁ ହୋଇଛି ୩ଟି ଜୋନ୍। ଜୋନ୍ -ଏ’ରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ରହିଛି। ଜୋନ୍‌-ବି ରେ କେନ୍ଦୁଝର, ବୌଦ୍ଧ, ବାଲେଶ୍ୱର, ଗଜପତି, ସୋନପୁର, ଦେବଗଡ଼, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ରହିଥିବା ବେଳେ ଜୋନ୍‌-ସି’ରେ ଢେଙ୍କାନାଳ, ପୁରୀ, ନୟାଗଡ଼, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ଜଗତସିଂହପୁର ଜିଲ୍ଲା ରହିଛି। ହେଲେ କଟକ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ପାଇଁ କୌଣସି ସ୍ଥାନ ଆଧାରିତ ପ୍ରୋତ୍ସାହନ ରାଶି ମିଳିବ ନାହିଁ। ସ୍ଥାନ ଆଧାରିତ ପ୍ରୋତ୍ସାହନ ରାଶି ଉଭୟ ଚାକିରିରେ ଥିବା ଓ ସିଧାସଳଖ ନିଯୁକ୍ତି ପାଉଥିବା ପ୍ରଧ୍ୟାପକଙ୍କୁ ମିଳିବ।

ସେହିପରି ସମସ୍ତ କନିଷ୍ଠ ଓ ବରିଷ୍ଠ ରେସିଡେନ୍ସ ଓ ଟ୍ୟୁଟରଙ୍କ ପାଇଁ ବର୍ଦ୍ଧିତ ପାରିଶ୍ରମିକ ଲାଗୁହେବ।
ଟ୍ୟୁଟରଙ୍କୁ ୭୫ହଜାର ଟଙ୍କା ପରିବର୍ତ୍ତେ ୮୦ହଜାର ଟଙ୍କା ମିଳିବ। ବରିଷ୍ଠ ରେସିଡେନ୍ସ ଡାକ୍ତର ପାଇବେ ୬୫ହଜାର ବଦଳରେ ୭୫ହଜାର ଓ କନିଷ୍ଠ ରେସିଡେନ୍ସଙ୍କୁ ୫୫ହଜାର ପରିବର୍ତ୍ତେ ୬୦ହଜାର ଟଙ୍କା ପାରିଶ୍ରମିକ।

Leave a Reply

Your email address will not be published. Required fields are marked *

Back to top button