Fri. Nov 15th, 2019

ବିଜେପିରେ ସାମିଲ ହେଲେ ଟିଏମସିର ସୋବନ ଚାଟାର୍ଜୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ କୋଲକାତାର ପୂର୍ବତନ ମେୟର ତଥା ଟିଏମସି ବିଧାୟକ ସୋବନ ଚାଟାର୍ଜୀ ଦଳ ଛାଡିଛନ୍ତି। ସାମିଲ ହୋଇଛନ୍ତି ବିଜେପିରେ। ବୁଧବାର ବିଜେପି ନେତା ମୁକୁଳ ରାୟ ଓ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହଙ୍କ ଉପସ୍ଥିତିରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ସୋବନ। ଏହି ଅବସରରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଦେଶର ବିକାଶର ରାସ୍ତାରେ ଆଗକୁ ନେଇ ଚାଲିଛନ୍ତି। ତେଣୁ ତାଙ୍କ ନେତୃତ୍ୱରେ ପ୍ରଭାବିତ ହୋଇ ବିଜେପିରେ ଯୋଗ ଦେଉଛି। ଦଳ ଯେଉଁ ଦାୟିତ୍ୱ ଦେବ ତାକୁ ନିଷ୍ଠାର ସହ ତୁଲାଇବି।

Leave a Reply

Your email address will not be published. Required fields are marked *