Fri. Nov 15th, 2019

‘ସାହୋ’ ରିଲିଜ୍‌ ପୂର୍ବରୁ ଆୟ କରଛି ୩୦୦କୋଟି

ମୁମ୍ବାଇ : ଲୋକପ୍ରିୟ ଅଭିନେତା ପ୍ରଭାସଙ୍କ ଫିଲ୍ମ ‘ସାହୋ’ ଏବେ ଚର୍ଚ୍ଚାରେ ରହିଛି। ଅଗଷ୍ଟ ୩୦ରେ ଫିଲ୍ମ ସାହୋ ରିଲିଜ୍‌ ହେବାକୁ ଯାଉଥିବା ବେଳେ ଫିଲ୍ମର ଟ୍ରେଲର ଓ ଗୀତ ରିଲିଜ୍‌ ହୋଇ ସାରିଛି। ତେବେ ମିଳିଥିବା ଖବର ଅନୁଯାୟୀ ରିଲିଜ୍‌ ପୂର୍ବରୁ ଏହି ଫିଲ୍ମ ୩୦୦କୋଟି ଟଙ୍କା ଆୟ କରି ସାରିଲାଣି। ସବୁ ଭାଷାରେ ଦିଆଯାଇଥିବା ଥିଓରିଟିକାଲ ରାଇଟ୍‌ସରୁ ଏହି ଆୟ ହୋଇଥିବା ଜଣାପଡ଼ିଛି। ଏଥିରେ ଫିଲ୍ମର ସାଟେଲାଇଟ୍ସ ଓ ଓ୍ଵବ୍‌ ପ୍ଲାଟ୍‌ଫର୍ମର ରାଇଟ୍‌ସ ସାମିଲ ନଥିବା ବେଳେ ଆୟ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ଫିଲ୍ମରେ ମୁଖ୍ୟ ଭୂମିକାରେ ପ୍ରଭାସ ଥିବା ବେଳେ ସାଉଥ୍‌ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର।

Leave a Reply

Your email address will not be published. Required fields are marked *