ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତିଙ୍କ ଇସ୍ତଫା

ଝାରସୁଗୁଡ଼ା : ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା। ଆଜି ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ଅଶୋକ କୁମାର ମିଶ୍ର ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ହେଲେ ଏବେବି ସେ ଦଳର ପ୍ରାଥମିକ ସଦସ୍ୟ ଥିବା ସ୍ପଷ୍ଟ କରିଛନ୍ତି।

ଖବର ଅନୁଯାୟୀ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିବା ଅଶୋକ ମିଶ୍ର କହିଛନ୍ତି ବର୍ତ୍ତମାନ ଯେଉଁ ପ୍ରକାର ରାଜନୀତି ଚାଲିଛି ଓ ଏଠାରେ ଥିବା ବାତାବରଣ ମୋତେ ଭଲ ଲାଗୁନି। ଆମ ଦଳୀୟ ନେତୃତ୍ୱମାନଙ୍କ କାର୍ଯ୍ୟକଳାପ ମୋତେ ଅଣନିଃଶ୍ୱାସୀ ଲାଗୁଛି। ଏବେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତା’ ସହିତ ମୁଁ ନିଜକୁ ଖାପଖୁଆଇ ପାରୁନାହିଁ। ମୁଁ ସଫା ରାଜନୀତି କରିବା ଲୋକେ। ଏବର ଗୋଳିଆ ସ୍ଥିତିରେ ଅଣନିଃଶ୍ୱାସୀ ଅନୁଭବ କରୁଛି। ଦଳଠାରୁ ଟିକେ ଦୂରେଇ ରହିବା ପାଇଁ ଇସ୍ତଫା ଦେଇଥିଲେ ହେଁ ଏବେବି ଦଳର ପ୍ରାଥମିକ ସଦସ୍ୟ ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button