ତୁର୍କୀ ସେନାର ଅପରେସନ : ଆଇଏସଆଇଏସର ମୁଖ୍ୟ ନିହତ

ନୂଆଦିଲ୍ଲୀ : ତୁର୍କୀ ସେନା ସିରିଆ ସୀମାରେ ପଶି ଆଇଏସଆଇଏସର ମୁଖ୍ୟ ଅବୁ ହୁସେନ ଅଲ୍ କ୍ୟୁରେଶୀକୁ ମାରିବାରେ ସଫଳ ହୋଇଛି। ତୁର୍କୀ ରାଷ୍ଟ୍ରପତି ଏଦ୍ରୋଗାନ ଏହି ସୂଚନା ଦେଇଛନ୍ତି।

ତୁର୍କୀ ରାଷ୍ଟ୍ରପତିଙ୍କ କହିବା ଅନୁଯାୟୀ ଅବୁ ହୁସେନ ଉପରେ ଦୀର୍ଘଦିନ ହେଲା ଗୁଇନ୍ଦା ବିଭାଗ ନଜର ରଖିଥିଲା। ଆଉ ସୁଯୋଗ ମିଳିବା ମାତ୍ରେ ଅପରେସନ କରାଯିବାରୁ ଆଇଏସଆଇଏସ ମୁଖ୍ୟ ଅବୁ ହୁସେନ ନିପାତ ହୋଇଛି। ସେ ଗତ ନଭେମ୍ବରରେ ଆଇଏସଆଇଏସର ଦାୟିତ୍ୱ ନେଇଥିଲେ। ଉତ୍ତର ସିରିଆର ଜନ୍ଦାରୀ ସହରରେ ଶନିବାର ଓ ରବିବାର ମଧ୍ୟରାତ୍ରୀରେ ଏହି ଅପରେସନ ହୋଇଥିଲା। ଘଣ୍ଟା ଘଣ୍ଟା ଧରି ଗୁଳି ବିନିମୟ ପରେ ହୋଇଥିଲା ଜୋରଦାର ବିସ୍ଫୋରଣ। ତୁର୍କୀ ସେନା ସମଗ୍ର ଅଞ୍ଚଳକୁ ଘେରି ରହିଥିଲେ। କେହି ଯେପରି ବାହାରକୁ କିମ୍ବା ଭିତରକୁ ଯିବା ଆସିବା କରିପାରିବେନି ସେଥିପାଇଁ ହୋଇଥିଲା ବ୍ୟବସ୍ଥା।

Leave a Reply

Your email address will not be published. Required fields are marked *

Back to top button