ଠକ ତାନ୍ତ୍ରିକ ମୈାଲାନା ବିରୋଧରେ ଆଉ ଏକ ଠକେଇ ଅଭିଯୋଗ

କଟକ : ଠକ ତାନ୍ତ୍ରିକ ମୌଲାନା କୈଫ ଖାଁଙ୍କ ବିରୋଧରେ ଆଉ ଏକ ଠକେଇ ଅଭିଯୋଗ। ଘରୁ ସୁନା, ହୀରା ଓ ରତ୍ନ ବାହାର କରିବା ପାଇଁ କହି ୨୧ ଲକ୍ଷ ଟଙ୍କା ଠକିନେଇଛନ୍ତି। ଏବେ ସେ ଗିରଫ ହୋଇ ଜେଲରେ ଥିବା ବେଳେ ତାଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରାଯିବ। କଟକ ମଙ୍ଗଳବାଗ ଥାନା ଆଇଆଇସିଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଥିବା ଡିସିପି ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ମହିଳା ଅଭିଯୋଗ କରିଛନ୍ତି ତାନ୍ତ୍ରିକ ମୌଲାନା ପାରିବାରିକ ଅଶାନ୍ତିରୁ ମୁକ୍ତି ଦେବାକୁ କହି ୧୦ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି। ମାଟି ତଳୁ ନକଲି ହୀରା ବାହାର କରି ଶୁଦ୍ଧି କରଣ ପାଇଁ ୩୦ ଲକ୍ଷ ଖର୍ଚ୍ଚ ହେବ ବୋଲି କହିଥିଲେ। ସେହିପରି ମଂଗଳାବାଗ ରାଣୀହାଟ ଅଂଚଳର ଶର୍ମିଳା ସେନ ନାମଙ୍କ ଜଣେ ମହିଳାଙ୍କୁ ୬୨ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ସେ ଗିରଫ ହୋଇଥିଲା। ଏହାପରେ ଜଣାପଡିଛି ଭଦ୍ରକର ଜଣେ ମହିଳାଙ୍କୁ ୫ଲକ୍ଷ ଟଙ୍କା ଠକି ନେଇଛି।

Leave a Reply

Your email address will not be published. Required fields are marked *

Back to top button