ବିବାହ ପୂର୍ବରୁ ମେହେନ୍ଦୀ ସେରିମନିରେ ନାଚିଲେ ଦୁଇ ଜିଲ୍ଲାପାଳ

ଭୁବନେଶ୍ଵର : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଗତ ଫେବୃଆରୀ ୧୯ ତାରିଖରେ ସମ୍ବଲପୁରରେ ହୋଇଥିଲା ନିର୍ବନ୍ଧ। ଆଜି ବିବାହ। ଏହା ପୂର୍ବରୁ ଅର୍ଥାତ ଗତକାଲି ଗୌହାଟିର ଏକ ରିସୋର୍ଟରେ ଥିଲା ମେହେନ୍ଦି ସେରିମନି। ଏଥିରେ ଉଭୟ ନାଚୁଥିବା ଭିଡିଓ ସାମ୍ନାକୁ ଆସିଛି।

ଖବର ଅନୁଯାୟୀ ୨୦୧୮ ବ୍ୟାଚ୍ ଆଇଏଏସ୍ ଅଫିସର ଅନନ୍ୟା ଦାସଙ୍କ ଘର ଆସାମ ଗୌହାଟିରେ। ୟୁପିଏସସିରେ ସର୍ବଭାରତୀୟ ସ୍ତରରେ ୧୬ ତମ ରାଙ୍କ ପାଇଥିଲେ। ସେହିପରି ବଲାଙ୍ଗିର ଜିଲ୍ଲାପାଳ ଥିବା ୨୦୧୩ ବ୍ୟାଚ୍ ଆଇଏଏସ୍ ଅଫିସର ଚଂଚଳ ରଣାଙ୍କ ଘର ଅନୁଗୁଳ ଜିଲ୍ଲାରେ। ଏନଆଇଟିରୁ ବିଟେକ୍ ଡିଗ୍ରୀ ହାସଲ ପରେ ସେ ୟୁପିଏସସିରେ ଟପ୍ପର ହୋଇଥିଲେ। ଯେହେତୁ ଅନନ୍ୟା ଦାସ ଆସାମର ମୂଳ ବାସିନ୍ଦା ସେଥିପାଇଁ ବିବାହ ସେଠାରେ ହେଉଛି।

ଅନନ୍ୟା ଦାସ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍. ଅଖତରଙ୍କୁ ବିବାହ କରିଥିଲେ। ମତଭେଦ କାରଣରୁ ଦୁହିଁଙ୍କର ବିବାହ ବିଚ୍ଛେଦ ଘଟିଛି। ଚଂଚଳ ରାଣାଙ୍କର କ୍ଷେତ୍ରରେ ସମାନ ସ୍ଥିତି। ସେ ଏବେର ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂହଙ୍କୁ ବିବାହ କରିଥିଲେ ହେଁ ନିକଟରେ ପରସ୍ପରକୁ ଛାଡ଼ପତ୍ର ଦେଇଛନ୍ତି। ବଲାଙ୍ଗିର ଜିଲ୍ଲାପାଳ ଥିବା ଚଂଚଳ ରଣାଙ୍କ ଘର ଅନୁଗୁଳ ଜିଲ୍ଲାରେ। ପୂର୍ବରୁ କୁଚିଣ୍ଡା ଉପଜିଲ୍ଲାପାଳ ଥିଲେ। ପରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଶ୍ୱେତ ବିପ୍ଳବରେ ପାଇଥିଲେ ସଫଳତା। ଯେଉଥିପାଇଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲେ। ସମ୍ବଲପୁର ଜିଲ୍ଲାପାଳ ଥିବା ଅନନ୍ୟା ଦାସ ପୂର୍ବରୁ କଟକ ମହାନଗର ନିଗମର କମିଶନର ଦାୟତ୍ୱ ତୁଲାଇଥିଲେ।

Leave a Reply

Your email address will not be published. Required fields are marked *

Back to top button